www.samajalive.in
Sunday, December 7, 2025
16.1 C
Bhubaneswar

ବଲାଙ୍ଗିରରେ କାଳବୈଶାଖୀର ତାଣ୍ଡବ ; କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବଲାଙ୍ଗିର : କିଛି ଦିନ ହେଲା ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିଛି। ଏଥିରେ ବଲାଙ୍ଗିର ଜିଲାର ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଚାଷ, ପଶୁ ସଂପଦ ନଷ୍ଟ ହୋଇଛି। ଘର ଭାଙ୍ଗିଥିବା ଲୋକେ ସହାୟତା ଅପେକ୍ଷାରେ ଥିବା ବେଳେ ବିଶେଷ କରି ଚାଷୀମାନେ ଉଜୁଡା କ୍ଷେତକୁ ଦେଖି ଲୁହ ସମ୍ଭାଳି ପାରୁ ନାହାନ୍ତି। ସେହିପରି ପଶୁ ସଂପଦ ବି କ୍ଷତିଗ୍ରସ୍ତ କରିଛି କାଳବୈଶାଖୀ। ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଲୋକେ ସହାୟତା ଅପେକ୍ଷାରେ ଥିବା ବେଳେ ସେମାନଙ୍କୁ ଆଶ୍ୱସ୍ତି ମିଳିଛି। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ବିଭାଗ ରାଜ୍ୟର ଜିଲାପାଳମାନଙ୍କୁ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ କହିଛନ୍ତି। ଏହିକ୍ରମରେ ବଲାଙ୍ଗିର ଜିଲାରେ ମଧ୍ୟ ହୋଇଥିବା କ୍ଷୟକ୍ଷତି ଉପରେ ରିପୋର୍ଟ ଦେବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ଅରିନ୍ଦମ ଡାକୁଆ।

୨୦୧୯ ଅଗଷ୍ଟ ୧୩ ତାରିଖରେ ବଲାଙ୍ଗିର ଜିଲାର ବଲାଙ୍ଗିର ପୌରାଞ୍ଚଳ, ବଲାଙ୍ଗିର ବ୍ଲକ, ପୁଇଁନ୍ତଲା, ଦେଓଗାଁ ସହ ଅନ୍ୟାନ୍ୟ ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବଲାଙ୍ଗିର ପୌରାଞ୍ଚଳରେ ୫୫୫ ମିଲି ଲିଟର ବର୍ଷା ରେକର୍ଡ କରାଯାଇଥିଲା। ଯାହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଏ। ବନ୍ୟା ଓ ବର୍ଷା ଯୋଗୁଁ ବହୁ ଘର ଭାଙ୍ଗି ଯିବା ସହ ଲୋକଙ୍କ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିଲା। ସେତେବେଳେ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାକୁ ଓହ୍ଲାଇ ଆସିଥିଲେ। କିନ୍ତୁ ସମୁଦ୍ରକୁ ଶଂଖେ ଭଳି ମିଳିଥିଲା ସହାୟତା। ସେହି ଦୁଃଖ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଜିଲାର କିଛି ଚାଷୀ ତାଙ୍କ ଖରିଫ ଧାନ ବିକ୍ରି(ଟୋକନ ଅବ୍ୟବସ୍ଥା) ପାଇଁ ବିକ୍ରି କରିପାରି ନଥିବା ବେଳେ ସେମାନଙ୍କ ଧାନ କିଣାଯିବ ବୋଲି କୁହାଯାଇଥିଲା। ହେଲେ ଏହି ସମୟରେ କରୋନା ଆତଙ୍କ ଖେଳାଇ ଦେଇଥିଲା। ଆଉ ତା’ପରେ ତାଲା ବନ୍ଦ ଘୋଷଣା କରିଦେଲେ କେନ୍ଦ୍ର ଓ ରାଜ୍ୟ ସରକାର।

- Advertisement -

ତାଲା ବନ୍ଦ ଚାଲିଥିବା ବେଳେ ସଦର ବ୍ଲକ କର୍ଲାପିଟା ଗାଁରେ କାଳ ବୈଶାଖୀ ବର୍ଷା ଯୋଗୁଁ ଘର ଭାଙ୍ଗି ଯାଇଥିଲା। ପନିପରିବା, ଫଳ, ତୈଳ ବୀଜ ଚାଷ ଉଜୁଡି ଯାଇଛି। ସେହିପରି ଭୁଣ୍ଡିମୁହାଣ ଗାଁର ଡୋଳାମଣି ଏକର ଏକର ଚାଷ ଜମିରେ କଦଳୀ ଚାଷ କରିଥିବା ବେଳେ କୁଆ ପଥର ମାଡରେ ତାହା ନଷ୍ଟ ହୋଇ ଯାଇଛି। ସୂଚନାପାଇ ଉପ ଜିଲାପାଳ ସଞ୍ଜୟ କୁମାର ମିଶ୍ର କଦଳୀ କ୍ଷେତକୁ ଯାଇ ଦେଖିଥିଲେ। ବୀମା କରି ନଥିବାରୁ ସମସ୍ୟା ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ସେହିପରି ଜିଲାର ଦେଓଗାଁ, ତୁରେକେଲା, ବଙ୍ଗୋମୁଣ୍ଡା, ଗୁଡଭେଲା, ଆଗଲପୁର ବ୍ଲକରେ ବର୍ଷା ଓ କୁଆପଥର ମାଡ ଯୋଗୁଁ ବ୍ୟାପକ ଧାନ, ପନି ପରିବା, ଫଳ ଚାଷ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କ ଘରର ଟିଣ ଚାଦର ଛପର ଉଡିଯାଇଥିଲା। ବର୍ଷା ଯୋଗୁଁ ଲୋକଙ୍କ ଘର ବି ଭାଙ୍ଗି ଯାଇଛି।

ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜିଲାର ଜିଲାପାଳଙ୍କୁ ଶନିବାର ଚିଠି ସଂଖ୍ୟା ୨୩୦୫ରେ କାଳ ବୈଶାଖୀ, ବର୍ଷା ଓ ପବନ ଯୋଗୁଁ ଚାଷ, ଘର, ପଶୁ ସଂପଦ କ୍ଷୟକ୍ଷତି ନେଇ ଆକଳନ କରିବା ସହ ସରକାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ଧାନ, ଆଖୁ, ମୁଗ, ବିରି, ସୋରିଷ ଭଳି ଚାଷ କରିଥିବା ଚାଷୀଙ୍କ କ୍ଷତି ଆକଳନ କୃଷି ବିଭାଗ, କଦଳୀ, ପନିପରିବା, ଫଳ ଆଦିର କ୍ଷୟକ୍ଷତି ଆକଳନ ଉଦ୍ୟାନ ବିଭାଗ ଓ ଘରର କ୍ଷୟକ୍ଷତି ରାଜସ୍ୱ ନିରୀକ୍ଷକ କରିବାକୁ ଜିଲାପାଳ ଶ୍ରୀ ଡାକୁଆ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏହି କ୍ଷୟକ୍ଷତି ଆକଳନ ତୁରନ୍ତ କରାଗଲେ ଚାଷୀମାନେ ସହାୟତା ପାଇବାକୁ ସହଜ ତଥା ଶୀଘ୍ର ହୋଇପାରନ୍ତା ବୋଲି ମତପ୍ରକାଶ ପାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories