www.samajalive.in
Thursday, December 11, 2025
16.1 C
Bhubaneswar

ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ – ଯୋଗାଯୋଗ ବିଚ୍ଛିନ୍ନ, ଆମ୍ବୁଲାନ୍ସ ସେବା ଠପ୍‌

ଲାଞ୍ଜିଗଡ: ଗ୍ରାମାଞ୍ଚଳକୁ ମୁଖ୍ୟରାସ୍ତା ସହ ସଂଯୋଗ କରିବା ପାଇଁ ସରକାର ଅନେକ ରାସ୍ତା ଓ ସେତୁ ନିର୍ମାଣ କରୁଛନ୍ତି। ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ବାତେରଲିମା ରାସ୍ତାରେ। ସୁଚନା ଅନୁସାରେ ଗତବର୍ଷର ଲଗାଣ ବର୍ଷାରେ ଛତ୍ରପୁରରୁ ବାତେରଲିମାକୁ ସଂଯୋଗ କରୁଥିବା ବଂଶଧାରା ସେତୁ ଭୁଷୁଡି ପଡିଥିଲା। ଅନେକ ଅଭିଯୋଗ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ପୋଲ କାମକୁ ତ୍ୱରାନିତ କରିବା ପାଇଁ ଭବାନୀପାଟଣାର ଜନୈକ ଠିକାଦାରକୁ ଦାୟିତ୍ୱ ଦେଇଥିଲେ। ହେଲେ ଠିକାଦାରଙ୍କ ଖାମଖିଆଲି ଯୋଗୁଁ ପୋଲକାମ ଆଜି ପର୍ୟ୍ୟନ୍ତ ଅଧପନ୍ତରିଆ ଭାବରେ ପଡି ରହିଛି । ପୋଲ ତଳକୁ ଅଞ୍ଚଳବାସିଙ୍କ ଯିବା ଆସିବା ପାଇଁ ଏକ ଆପ୍ରୋଚ ରୋଡ କରିଥିଲେ ଠିକାଦାର। ଗତକାଲି ସନ୍ଧ୍ୟାରେ ଏକଘଣ୍ଟା ମୁଷଳଧାରାରେ ବର୍ଷା ହେବା ଯୋଗୁଁ ଆପ୍ରୋଚ ରୋଡ ମଧ୍ୟ ଭାସି ଯାଇଛି। ଫଳରେ ବାତେରଲିମା ପଞ୍ଚାୟତ ସହିତ ସମ୍ପୁର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।

ଏହି ଆପ୍ରୋଚରୋଡ ଭାଙ୍ଗିବା ଫଳରେ ବାତେରଲିମା ପଞ୍ଚାୟତ ବାସି ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ତ୍ତମାନ ସାରା ପଞ୍ଚାୟତ ଲକ୍‌ଡାଉନ୍‌ରେ ଥିବା ବେଳେ ସରକାରଙ୍କ ଜରୁରୀ କାଳୀନ ସେବା ମଧ୍ୟ ହୋଇପାରୁ ନାହିଁ। ପଞ୍ଚାୟତରେ ଦିଆଯାଉଥିବା ପିଡିଏସ ଚାଉଳ ପଞ୍ଚାୟତରେ କେମିତି ପହଂଚିବା ସେ ନେଇ ଚିନ୍ତା ଘାରିଛି। କୈାଣସି ରୋଗଶୋକ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିବା ମଧ୍ୟ କଷ୍ଟସାଧ୍ୟ। ଦୀର୍ଘଦିନ ହେବ ଠିକାଦାର ଏହି ପୋଲକାମକୁ ହାତକୁ ନେଇଥିଲେ ମଧ୍ୟ କର୍ଷର ଅଗ୍ରସର ନେଇ ବିଭାଗୀୟ ଅଧିକାରୀମାନେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି। ଏହି କାମକୁ ନେଇ ଅଞ୍ଚଳବାସି ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ। ପୋଲ ଭାଙ୍ଗି ବର୍ଷେ ବିତିଗଲା ହେଲେ ଠିକାଦାରଙ୍କର ଦେଖା ମିଳୁନାହିଁ। କାମକୁ ଅଧପନ୍ତରିଆରେ ଛାଡି ଛୁ ମାରିଛନ୍ତି। ଏହି ପୋଲକାମକୁ ଯଥା ଶିଘ୍ର ସମ୍ପୁର୍ଣ୍ଣ ନକଲେ ବାତେରଲିମା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିବ। ଏଣୁ ଯଥା ଶିଘ୍ର ଏହି ପୋଲକାମକୁ ଶିଘ୍ର ସମ୍ପୁର୍ଣ୍ଣ କରାଯାଉ ନଚେତ୍ ଆଗାମି ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ଓ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories