www.samajalive.in
Saturday, December 13, 2025
26.1 C
Bhubaneswar

ଟଳି ନାହିଁ ବିପଦ : ରୂପ ବଦଳାଉଛି କରୋନା ଭୂତାଣୁ

ନୂଆଦିଲ୍ଲୀ : କରୋନା ବିଶ୍ବର ଅଧିକାଂଶ ଦେଶକୁ କବଳିତ କରିଥିବା ବେଳେ ଭାରତରେ ଲକଡାଉନ ଯୋଗୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ମାତ୍ର ବିପଦ ଟଳି ନାହିଁ। ତା’ଛଡା ଏହି ଭୂତାଣୁ ରୂପ ବଦଳାଉଥିବାରୁ ପୁଣି ଫେରିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଅନ୍ୟ ଦେଶ ତୁଳନାରେ ଏହା କମ ରହିଛି, ତଥାପି ସଂପୂର୍ଣ୍ଣ ନିୟନ୍ତ୍ରଣ ହୋଇନାହିଁ। ଲକଡାଉନ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା କମ ଥିବା ବେଳେ ଭୂତାଣୁ ଲୋପ ପାଇନାହିଁ। କଟକଣା ଉଠିବା ପରେ ଏହା ବଢ଼ିବାର ସମ୍ଭାବନା ରହିଛି। ତା’ ଛଡା କରୋନା ଭୂତାଣୁ ଏହାର ରୂପ ବଦଳାଉଛି ବୋଲି ଜସଲୋକ ହସ୍ପିଟାଲର ମେଡିକାଲ ରିସର୍ଚ ଓ ନ୍ୟୁରୋଫିଜିଷ୍ଟ ନିର୍ଦେଶକ ଡା. ରାଜେଶ ପାରିଖ କହିଛନ୍ତି। ଏକ କାର୍ୟ୍ୟକ୍ରମରେ କରୋନା ସଂପର୍କରେ ଆଲୋଚନା ବେଳେ ସେ କହିଥିଲେ ଯେ ଲକଡାଉନ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ କରିବାରେ ଆମେ ସକ୍ଷମ ହୋଇଛୁ। ମାତ୍ର ଭୂତାଣୁ ଉପରେ ଏହାର ବିଶେଷ ପ୍ରଭାବ ପଡିନି। ପୁଣି ଏହା ପରିବର୍ତିତ ହୋଇ ଆସିପାରେ ବୋଲି ଡା. ପାରିଖ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଦେଶରେ ୨୪ ହଜାରରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।

- Advertisement -

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories