www.samajalive.in
Saturday, December 13, 2025
26.1 C
Bhubaneswar

ଓଡିଶା ଫେରନ୍ତାଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ ଆହ୍ବାନ: ପଞ୍ଜିକରଣ ନିୟମ ଅନୁସରଣ କର

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ହୋଇଥିବା ଲକଡାଉନ ଶେଷ ହେବା ପରେ ଓଡିଶା ଫେରିବାକୁ ଚାହୁଁଥିବା ଲୋକଙ୍କୁ ପଞ୍ଜିକରଣ କରିବାକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସେମାନଙ୍କୁ ଅନୁରୋଧ କରିଛନ୍ତି। କରୋନା ମହାମାରୀରୁ ନିଜକୁ ଓ ନିଜ ପରିବାର ସହ ଆଖପାଖ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପଞ୍ଜିକରଣ ବ୍ୟବସ୍ଥାକୁ ଅନୁସରଣ କରିବାକୁ ସେ ଟ୍ବିଟ ମାଧ୍ୟମରେ ଆହ୍ବାନ ଦେଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପୋର୍ଟାଲରେ ନିଜେ କିମ୍ବା ନିଜ ସମ୍ପର୍କୀୟଙ୍କ ଜରିଆରେ ପଞ୍ଜିକରଣ କରି ପାରିବେ। ତା’ ଛଡା ସାମାଜିକ ଦୁରତ୍ବ ମାନିବା ସହ ନିଜକୁ ସଂଗରୋଧ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସମସ୍ତଙ୍କ ସହଯୋଗରେ କରୋନାଠାରୁ ବିଜୟୀ ହୋଇପାରିବା ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories