ଶ୍ରୀମନ୍ଦିର ଭିତରେ ୨ ଟି ଜଳକୁଣ୍ଡରେ ହେବ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା
ସାମଜ ପୋର୍ଟାଲ ଡେସ୍କ : ଶ୍ରୀମନ୍ଦିର ଭିତରେ ଦୁଇଟି ଜଳ କୁଣ୍ଡରେ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀ ଢାଂଚାରେ ଦୁଇଟି ଜଳକୁଣ୍ଡରେ ୨୧ ଦିନ ଧରି ହେବ ଶ୍ରୀଜିଉଙ୍କ ନୌକାବିହାର ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଏବଂ ସେବାୟତଙ୍କ ବୈଠକରେ ନିଷ୍ପତ୍ତି ହୋଇଛି । କରୋନା କଟକଣା ପାଇଁ ଆସନ୍ତା ୩ ତାରିଖ ଲକ୍ ଡାଉନ ସରିବା ଯାଏଁ ଶ୍ରୀଜୀଉଙ୍କ କୌଣସି ନୀତିକାନ୍ତି ବାହାରେ କରାନଯିବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ । ଏହପରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନଙ୍କ ମଧ୍ୟରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସେହିପରି ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ନୀତିକାନ୍ତି ସହ ମହାପ୍ରଭୁଙ୍କ ରଥକାର୍ଯ୍ୟର ଅନୁକୂଳ ମଧ୍ୟ ଶ୍ରୀମନ୍ଦିର ପରିସରରେ କରାଯିବ । ଶ୍ରୀମନ୍ଦିରର ଚାହାଣୀ ମଣ୍ଡପ ନିକଟକୁ ୩ଟି ରଥକାଠ ନିଆଯାଇ ସେଠାରେ ଅକ୍ଷୟ ତୃତୀୟା ନୀତିକାନ୍ତି କରାଯିବା ସହ ରଥ ଅନୁକୂଳ ନୀତି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ସୂଚନାଯୋଗ୍ୟ କରୋନା ପାଇଁ ସମଗ୍ର ଦେଶ ଲକ୍ ଉାଡନ ହୋଇଥିବା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି । ଅର୍ଥାତ ରଥ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି , ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ ହେବ ।
Comments are closed.