www.samajalive.in
Saturday, December 6, 2025
26.1 C
Bhubaneswar

କୋହଳ ହେଲା ଲକଡାଉନ କଟକଣା: ଜାଣନ୍ତୁ, କେଉଁ ଦୋକାନ ଖୋଲିବ, କ’ଣ ଖୋଲିବନି

ନୂଆଦିଲ୍ଲୀ: ଲକଡାଉନ ସମୟରେ ଦୋକାନ ଖୋଲାଯିବା ନେଇ କେନ୍ଦ୍ର ସରକାର ସଂଶୋଧିତ ଗାଇଡ୍‌ ଲାଇନ ଜାରି କରିଛନ୍ତି। ଏଥିରେ ଦୋକାନ ଖୋଲିବା କଟକଣାକୁ କୋହଳ କରାଯାଇଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କେଉଁ ଦୋକାନ ଖୋଲା ରହିବ ଏବଂ କେଉଁଟି ଖୋଲିବନି ସେନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସଂଶୋଧିତ ଗାଇଡଲାଇନ ଅନୁସାରେ, ଗ୍ରାମାଞ୍ଚଳର ସମସ୍ତ ଦୋକାନ ଖୋଲାଯାଇପାରିବ। ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ଖୋଲିପାରିବ। ସହରାଞ୍ଚଳର ଗଳିକନ୍ଦିରେ ଥିବା ସମସ୍ତ ଦୋକାନ ଖୋଲାଯାଇ ପାରିବ। ଏହା ସହିତ ସହରାଞ୍ଚଳର ରେସିଡେନ୍ସିଆଲ ଦୋକାନ ମଧ୍ୟ ଖୋଲିପାରିବ।

- Advertisement -

ଅନ୍ୟପଟେ ଗ୍ରାମାଞ୍ଚଳରେ ଥିବା କୌଣସି ପ୍ରକାର ଶପିଂ ମଲ୍‌ ଖୋଲିପାରିବ ନାହିଁ। ସେହିପରି ସହରାଞ୍ଚଳର ମାର୍କେଟ ଏବଂ ମାର୍କେଟ କଂପ୍ଲେକ୍ସ ଦୋକାନ ଖୋଲିପାରିବ ନାହିଁ। ସହରାଞ୍ଚଳରେ ଥିବା ଶପିଂ ମଲ୍‌ ଖୋଲିପାରିବ ନାହିଁ। ଇ-କମର୍ସ କମ୍ପାନୀଗୁଡ଼ିକ ପୂର୍ବଭଳି ଜରୁରୀ ସାମଗ୍ରୀ ବିକ୍ରି କରିପାରିବେ। କିନ୍ତୁ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହାବ୍ୟତୀତ ହଟ୍‌ସ୍ପଟ୍‌ ଏବଂ କଣ୍ଟେନମେଣ୍ଟ ଜୋନ ଚିହ୍ନଟ ହୋଇଥିବା ଅଞ୍ଚଳରେ କୌଣସି ପ୍ରକାର ଦୋକାନ ଖୋଲିପାରିବନି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories