www.samajalive.in
Saturday, December 13, 2025
14.1 C
Bhubaneswar

ସମୁଦ୍ର ପଥରେ ଓଡ଼ିଶା ଫେରୁଛନ୍ତି ଶତାଧିକ ମତ୍ସ୍ୟଜୀବୀ

ବ୍ରହ୍ମପୁର/ଛତ୍ରପୁର : କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲାର ସମସ୍ତ ପ୍ରବେଶ ପଥ ସିଲ କରିଦିଆଯାଇଛି। ସିଟିଟିଭି ସଂଯୋଗ ହୋଇଛି। ହେଲେ ମୁକୁଳା ପଡ଼ିଛି ସମୁଦ୍ର ତଟ। ଯାହାର ସୁଯୋଗ ନେଇ ଶହ ଶହ ଶ୍ରମିକ ତଥା ମତ୍ସଜୀବୀ ଜିଲାକୁ ଫେରିବାର ସୁଯୋଗ ପାଉଛନ୍ତି। ଆଜକୁ ୫ ଦିନ ତଳେ ଆନ୍ଧ୍ର-ଓଡ଼ିଶା ସମାନ୍ତ ଡଙ୍କୁରୁ ଅଞ୍ଚଳର ୯ ଜଣ ମତ୍ସଜୀବୀଙ୍କ ସହ ୨୭ ଜଣ ଡାଙ୍ଗାରେ ପାତିସୁନାପୁର ସମୁଦ୍ରକୁଳରେ ପହଞ୍ଚିଥିବା ବେଳେ ସେମାନଙ୍କୁ ବର୍ତ୍ତମାନ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଆଜି ଏହିଭଳି ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ସମୁଦ୍ର ଦେଇ ପ୍ରାୟ ଶତାଧିକ ମତ୍ସଜୀବୀ ୨ ଟି ଡଙ୍ଗାରେ ଗଞ୍ଜାମ ଜିଲା ଅଭିମୁଖେ ଆସୁଥିବା ଶୁଣିବାକୁ ମିଳିଛି। ଏହା ଜଣାପଡ଼ିବା ପରେ ସାମୁଦ୍ରିକ ଥାନା ପୁଲିସ ସହ ଜିଲା ପ୍ରଶାସନର ଚିନ୍ତା ବଢିଯାଇଛି।

ସ୍ଥଳପଥରେ ଯାତାୟାତ ବନ୍ଦ କରାଯିବା ପରେ ନିଜ ଭିଟାମାଟିକୁ ଫେରିବାକୁ ଶ୍ରମିକ ଓ ମତ୍ସଜୀବୀମାନେ ଜଳପଥକୁ ଆପଣାଇଛନ୍ତି। ବିଶେଷକରି ମତ୍ସଜୀବୀମାନେ ସମୁଦ୍ର ପଥ ସହ ଭଲଭାବେ ଜଡିତ ଥିବାରୁ ସେମାନେ ଡଙ୍ଗା ସାହାଯ୍ୟରେ ଘର ମୁହାଁ ହେଉଛନ୍ତି। ସେହିକ୍ରମରେ କର୍ଣ୍ଣାଟକର ମାଙ୍ଗାଲୋର ଓ ଚେନ୍ନାଇରୁ ସ୍ୱତନ୍ତ୍ର ଡଙ୍ଗା ଓ ଟ୍ରଲରରେ ବହୁ ମତ୍ସଜୀବୀ ଆନ୍ଧ୍ର-ଓଡ଼ିଶା ସମୁଦ୍ର କୁଳ ଦେଇ ଓଡ଼ିଶାର ଗଞ୍ଜାମ ଉପକୂଳରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ସେଥିରେ ଗଞ୍ଜାମର ଆର୍ଯ୍ୟପଲ୍ଲୀ, ପାତିସୁନାପୁର, ପୁରୀ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳର ମତ୍ସଜୀବୀ ରହିଥିବା ଜଣାପଡ଼ିଛି। ଟ୍ରଲରଟି ଚେନ୍ନାଇରୁ ବାହାରିଥିବା ବେଳେ ଡଙ୍ଗାଟି ମାଙ୍ଗାଲୋରରୁ ଆସୁଛି।  ସେମାନେ ଦିନେ ଦୁଇଦିନ ମଧ୍ୟରେ ଏଠାରେ ପହଞ୍ଚିବେ ବୋଲି ଶୁଣିବାକୁ ମିଳୁଛି। ଟ୍ରଲର ଓ ଡଙ୍ଗାରେ ଫେରୁଥିବା ବେଳେ ସମୁଦ୍ର ମଝିରେ ଉତ୍ତୋଳନ କରାଯାଇଥିବା ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

- Advertisement -

ସେହିପରି ମତ୍ସଜୀବୀମାନେ ଫେରୁଥିବା ନେଇ ଅଲ ଓଡ଼ିଶା ଫିସ ୱାକର୍ସ ଆସୋସିଏସନର ସମ୍ପାଦକ ଏଲ . ଭୋଗିରାଜୁଙ୍କ ନିକଟରେ ପହଞ୍ଚିବା ପରେ ସେ ଜିଲା ପ୍ରଶାସନ ଓ ପୁଲିସକୁ ଜଣାଇଛନ୍ତି। ଜିଲା ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ଘଟଣାର ଖୋଳତାଡ ଆରମ୍ଭ ହୋଇଛି। ତେକେଜଣ ମତ୍ସଜୀବୀ କୁଆଡେ ଯାଉଛନ୍ତି ତାହା ଜାଣିବାକୁ ଉଦ୍ୟମ ଜାରି ରହିଛି। ଗଞ୍ଜାମ ପୁଲିସ ଜିଲାର ଆର୍ଯ୍ୟପଲ୍ଲୀ ମେରାଇନ ଥାନାକୁ ଏ ନେଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡଙ୍ଗା ଓ ଟ୍ରଲରରେ ଆର୍ଯ୍ୟପଲ୍ଲୀ ଅଞ୍ଚଳର ୨୦ ଜଣ ମତ୍ସଜୀବୀ ରହିଥିବା ଶୁଣିବାକୁ ମିଳୁଛି ବୋଲି ମେରାଇନ ଥାନା ଅଧିକାରୀ ଶର୍ମିଷ୍ଠା ପ୍ରଧାନ କହିଛନ୍ତି। ଏହି ଘଟଣା ଉପରେ କଡା ନଜର ରଖାଯାଇଛି। ପୁଲିସ ସହ କୋଷ୍ଟାଗାର୍ଡ ଓ ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷଙ୍କୁ ସଜାଗ ରହିବାକୁ ଅବଗତ କରାଯାଇଛି ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories