ବ୍ରଜରାଜନଗର : ବ୍ରଜରାଜନଗର ଅଂଚଳରେ ଆଜି ସନ୍ଧ୍ୟାରେ ଘଡ଼ଘଡ଼ି ବର୍ଷା ସାଙ୍ଗକୁ ବ୍ୟାପକ କୁଆ ପଥର ମାଡ଼ ହୋଇଛି। ଅଂଚଳରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଜିର ବର୍ଷା ଲୋକଙ୍କ ଭିତରେ ଆସ୍ୱସ୍ତି ଆଣି ଦେଇଛି। ଅନ୍ୟ ପଟେ ଆଜିର ପ୍ରବଳ କୁଆ ପଥର ମାଡ଼ରେ ପନି ପରିବା ବିଶେଷ କରି ଆଳୁ, ପିଆଜ, ବିଲାତି, ତରଭୁଜ, ମାଖନ ଏବଂ ଡ଼ାଲୁଆ ଧାନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଅନୁମାନ କରି ଚିନ୍ତା ପ୍ରକାଶ କରିଛନ୍ତି। ତାଲାବନ୍ଦ ଯୋଗୁଁ ଗରିବ ଚାଷୀ ପରିବାର ସମସ୍ତ ଦୁଃଖ କଷ୍ଟ ସହି ସରକାରଙ୍କ ନିୟମକୁ ମାନି ନେଇଥିବା ବେଳେ ଅନ୍ୟ ପଟେ ପ୍ରବଳ କୁଆ ପଥର ମାଡ଼ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଅପରପକ୍ଷେ ବହୁ ବର୍ଷ ପରେ ସ୍ଥାନୀୟ ଅଞ୍ଚଳରେ ଏଭଳି କୁଆ ପଥର ବର୍ଷା ଦେଖିବାକୁ ମିଳିଥିବା କେତେକ ବ୍ୟକ୍ତି କହିଛନ୍ତି।
Popular Categories



