www.samajalive.in
Friday, December 12, 2025
27.1 C
Bhubaneswar

ନୋଟ୍‌, ଟିକଟକୁ ସଂକ୍ରମଣ ମୁକ୍ତ କରିବ ନୂଆ ମେସିନ୍

ଚାଇବାସା : ସରକାର ଧୀରେଧୀରେ ଳକଡାଉନ କୋହଳ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଦେଶର ଯୁବଗୋଷ୍ଠୀ ନିଜର ସୃଜନଶୀଳ ଦକ୍ଷତାର ଉପଯୋଗ ପୂର୍ବକ ସଂକ୍ରମଣ ଦୂର କରିବା ଲାଗି ନାନା ଉପକରଣ ଉଦ୍ଭାବନ କରୁଛନ୍ତି। ଏହି କ୍ରମରେ ଝାଡ଼ଖଣ୍ଡର ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ନୋଟ୍‌ ଏବଂ ଟିକଟ୍‌କୁ କରୋନା ମୁକ୍ତ କରିବାକୁ ଏକ ନୂତନ ଯନ୍ତ୍ର ଉଦ୍ଭାବନ କରିଛନ୍ତି। ପଶ୍ଚିମ ସିଂହଭୂମର ଉପ-ଉନ୍ନୟନ ଆୟୁକ୍ତ (ଡିଡିସି) ପଦରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆଦିତ୍ୟ ରଞ୍ଜନଙ୍କ ଏହି ଯନ୍ତ୍ର ବ୍ୟାଙ୍କରେ ନୋଟ୍‌, ଚେକ ଏବଂ ଡ୍ରାଫ୍ଟକୁ ମଧ୍ୟ ସଂକ୍ରମଣ ମୁକ୍ତ କରିବ । ଏହା ଦ୍ବାରା ବ୍ୟାଙ୍କ କର୍ମଚାରୀ ଏବଂ ରେଳକର୍ମଚାରୀମାନେ ସଂକ୍ରମଣରୁ ସୁରକ୍ଷିତ ରହିପାରିବେ । ପଶ୍ଚିମ ସିଂହଭୂମର ଉପାୟୁକ୍ତ ଅରବା ରାଜକମଳ ଏହି ଯନ୍ତ୍ରକୁ ବୁଧବାର ଚାଇବାସା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାକୁ ପ୍ରଦାନ କରିଛନ୍ତି । ଡିଡିସି ଦ୍ବାରା ପ୍ରସ୍ତୁତ ଏହି ଯନ୍ତ୍ର ଦକ୍ଷିଣ ପୂର୍ବ ରେଳବାଇ ମୁଖ୍ୟାଳୟ ଚକ୍ରଧରପୁର ରେଲୱେ ଷ୍ଟେସନର ଟିକଟ କାଉଣ୍ଟରରେ ମଧ୍ୟ ଉପଲବ୍ଧ ରହିଛି । ଉପାୟୁକ୍ତ କହିଛନ୍ତି କରୋନା ସଂକ୍ରମଣକୁ ରୋକିବାକୁ ଲୋକେ ସାମାଜିକ ଦୂରତା ରକ୍ଷା ନିୟମ ପାଳନ କରୁଛନ୍ତି। କିନ୍ତୁ ଟଙ୍କା ନେଣଦେଣ ବେଳେ ବ୍ୟକ୍ତି ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି । ଏମିତିରେ ମହାରାଷ୍ଟ୍ର ତଥା ଅନ୍ୟ କିଛି ଅଞ୍ଚଳର ମହିଳାମାନେ ନୋଟକୁ ଇସ୍ତ୍ରୀ କରି ସଂକ୍ରମଣମୁକ୍ତ କରିବାକୁ ଉଦ୍ୟମ କରୁଥିବାର ଭିଡିଓ ଦେଖିବା ପରେ ଏହି ଯନ୍ତ୍ର ତିଆରି କରିବାର ଧାରଣ ତାଙ୍କ ମନରେ ସୃଷ୍ଟି ହୋଇଥିଲା । ଏଥିରେ ୧୧ ୱାଟର ଅଲଟ୍ର ଭାଓଲେଟ (ୟୁଭି) ବଲ୍‌ବ ଏବଂ ଲାମିନେସନ ମେସିନ ବ୍ୟବହାର କରାଯାଇଛି । ଏଥିରେ ୟୁଭି ରଶ୍ମୀ ସହିତ ୩୦୦ ଡିଗ୍ରୀ ଫାରାନହିଟ ତାପମାତ୍ରାରେ ୫-୭ ସେକେଣ୍ଡ ପର୍ଯ୍ୟନ୍ତ ନୋଟଗୁଡିକ ଗତି କରିଥାଏ। ଏହାଦ୍ବାରା ସମସ୍ତ ପ୍ରକାରର ଭୂତାଣୁ ନଷ୍ଟ ହୋଇଯାଇଥାଏ । ଏହି ମେସିନକୁ ତିଆରି କରିବାରେ ୩୦୦୦ରୁ ୩୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ସେ ଦର୍ଶାଇଛନ୍ତି ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories