www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ପରିଚାଳନା: ଭଦ୍ରକ, ଯାଜପୁର, ବାଲେଶ୍ବର ଦାୟିତ୍ବରେ ୩ ସଚିବ

ଭୁବନେଶ୍ବର (ବ୍ୟୁରୋ) :  ଏବେ ଭଦ୍ରକ, ଯାଜପୁର ଓ ବାଲେଶ୍ବର ଆଦି ୩ଟି ଜିଲାରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ବରରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବାବେଳେ ଏହି ୩ ଜିଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଏହି ତିନିଟି ଜିଲାର ତଦାରଖ ପାଇଁ ତିନି ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏଥିନେଇ ନିର୍ଦେଶନାମା ଜାରି ହୋଇଛି।

ଅବକାରୀ ବିଭାଗର ପ୍ରମୁଖ ସଚିବ ଏସ.କେ.ଲୋହାନୀ            ଭଦ୍ରକ

- Advertisement -

ରାଜ୍ୟପାଳଙ୍କ ସଚିବ ଡ.ପି.କେ.ମେହେର୍ଦା                          ଯାଜପୁର

ଏବଂ କୃଷି ବିଭାଗର ସ୍ବତନ୍ତ୍ର ସଚିବ ଏସ.କେ.ବଶିଷ୍ଠ                ବାଲେଶ୍ବର

ସମ୍ପୃକ୍ତ ଅଧିକାରୀମାନେ ଜିଲା ଗସ୍ତ କରି କୋଭିଡ଼ ପରିଚାଳନା ବ୍ୟବସ୍ଥା ସମୀକ୍ଷା ସହିତ ଜିଲା ପ୍ରଶାସନକୁ ସହାୟତା କରିବେ। ଗସ୍ତ ପୂର୍ବରୁ ସେମାନେ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଏବଂ ଭୁବନେଶ୍ବରରେ ନିୟୋଜିତ କୋଭିଡ଼ ପର୍ଯ୍ୟବେକ୍ଷକଙ୍କଠାରୁ କଣ୍ଟେନମେଣ୍ଟ ଜୋନ ପରିଚାଳନା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ, ପରୀକ୍ଷା ପ୍ରଣାଳୀ ବିଷୟରେ ସବି​ଶେଷ ତଥ୍ୟ ସଂଗ୍ରହ ପାଇଁ କୁହାଯାଇଛି। ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏବଂ ସମାଜ କଲ୍ୟାଣ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ଏହି ଅଧିକାରୀଙ୍କୁ ସୂଚନା ପ୍ରଦାନ ସମୟରେ ଉପସ୍ଥିତ ରହିବାକୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories