ମାଲ ପରିବହନରେ ସୁବିଧା ପାଇଁ ରେଳବାଇର ପ୍ରୋତ୍ସାହନ ଘୋଷଣା 

ସମ୍ବଲପୁର : ଭାରତୀୟ ରେଳବାଇ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଯାତ୍ରୀବାହୀ ପରିବହନ ସେବାକୁ ବନ୍ଦ ରଖାଯାଇଛି। ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ଅଭାବ ଯେପରି ଦେଖା ନ ଯିବ, ସେଥିପାଇଁ ମାଲବାହୀ ସେବାକୁ ରେଳବାଇ ଜାରି ରଖିଛି। କରୋନା ମହାମାରୀ ସମୟରେ ମାଲ ପରିବହନ ପାଇଁ କିଛି ପ୍ରୋତ୍ସାହନ ଘୋଷଣା କରିଛି। ରେଳବାଇ ତରଫରୁ ଜାରି ସୂଚନାନୁଯାୟୀ, ଅତ୍ୟବଶ୍ୟକୀୟ ସାମଗ୍ରୀର ପରିବହନ ପାଇଁ ଉପଭୋକ୍ତା ମାନଙ୍କ ସୁବିଧା ପାଇଁ ପଣ୍ୟ ଓ ପାର୍ସଲ ଟ୍ରାଫିକ କ୍ଷେତ୍ରରେ ବିଳମ୍ବ ଶୁଳ୍କ, ରହଣି ମହାସୁଲ, ଗଦା ମାରିବା, ଦୃଢ଼ କରି ରଖିବା ଓ କଣ୍ଟେନର ଟ୍ରାଫିକ ନିମନ୍ତେ ବିଳମ୍ବ ଶୁଳ୍କ ଓ ଭିତ୍ତି ଭୂମି ବ୍ୟବହାର ମୂଲ୍ୟ ଇତ୍ୟାଦି ବୃଦ୍ଧି କରିବ ନାହିଁ। ଉପଭୋକ୍ତାମାନଙ୍କୁ ଗୁଡ଼୍‍ସେଡ଼୍‍କୁ ବ୍ୟକ୍ତିଗତ ଭାବେ ନ ଆସିବା ଓ ପଞ୍ଜିକୃତ ପ୍ରକ୍ରିୟାକୁ ଅଧିକ ସୁବିଧାପ୍ରଦ କରିବାକୁ ପଣ୍ୟର ହିଦା ହିସାବରେ ଇଲେକ୍‍ଟ୍ରୋନିକ୍‍ ପଞ୍ଜିକରଣ (ଇ.ଆଇ.ଡି.), ଇଲେକ୍‍ଟ୍ରୋନିକ୍ସ ଟ୍ରାନ୍‍ସ୍‍ମିସନ୍‍ ଦ୍ୱାରା ପଣ୍ୟ ପରିବହନ ସୂଚନା ବ୍ୟବସ୍ଥା (ଫୋଏସ୍‍) ମାଧ୍ୟମରେ ରେଲୱେ ରସିଦ୍‍ ପ୍ରଦାନ ଏବଂ ପଣ୍ୟ ବିତରଣ ଇ.ଟି.ଆର୍‍.ଆର୍‍ର ଇ-ସରେଣ୍ଡର ମାଧ୍ୟମରେ କରାଯିବ। ଏହି ସୁବିଧା ପଣ୍ୟ ସହାୟତାକାରୀ, ଲୌହ ଏବଂ ଇସ୍‍ପାତ୍‍, ଲୁହାପଥର ଓ ଲୁଣ ପରିବହନକୁ ମଧ୍ୟ ଯୋଗାଇ ଦିଆଯିବ। ରେଳୱେ ରସିଦ ବିନା ସାମଗ୍ରୀ ପ୍ରଦାନ କରାଯିବ। ଯଥା ସମ୍ଭବ ଇଲେକଟ୍ରୋନିକ ପଞ୍ଜିକରଣ କରାଯାଇ ଇ – ରସିଦ ଦ୍ୱାରା ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସଞ୍ଚାଳିତ କରିବାର ବ୍ୟବସ୍ଥା କରାଯାଉଛି। କଣ୍ଟେନର ଟ୍ରାଫିକ ବ୍ୟବସ୍ଥାକୁ ଉତ୍ସାହିତ କରିବା ପାଇଁ ଖାଲି କଣ୍ଟେନର ଓ ଖାଲି ଫ୍ଲାଟ୍ସ ଚଳାଚଳ ଉପରେ ଚଳାଚଳ କର ଧାର୍ଯ୍ୟ କରାଯିବ ନାହିଁ। ହବ ଓ ସ୍ପୋକ ପଦ୍ଧତିରେ ରିହାତି ଦିଆଯିବ। ଏହି ରିହାତି ସୁବିଧା ଚଳିତ ବର୍ଷ ମାର୍ଚ୍ଚ ୨୨ ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ସେହିଭଳି କରୋନା ସଂକ୍ରମଣର ଆଶଙ୍କାକୁ ପ୍ରତିହିତ କରିବା ପାଇଁ ମାଲ ଖଲାସ ପାଇଁ ବିଳମ୍ବ ଯୋଗୁଁ ଇନଲ୍ୟାଣ୍ଡ କଣ୍ଟେନର ଡିପୋ ବାଧାପ୍ରାପ୍ତ ହୋଇଥିବାରୁ ଟେଲିସ୍କୋପିକ ସୁବିଧାର ଲିମିଟରୁ ବୃଦ୍ଧି କରାଯାଇଛି। ସେହିଭଳି ମାଲ ପରିବହନ ବ୍ୟବସ୍ଥାରେ ଆନ୍ତଃ ଜୋନ ୫୦୦ କିମି ଦୂରତା ଓ ଜୋନାଲ ମାଧ୍ୟମ ଟ୍ରାଫିକ ନିମନ୍ତେ ୧୦୦୦ କିମିର ମିନିରେକ ଥିବା ଦୂରତା ଅବରୋଧକୁ ୧୫୦୦ କିମି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରେକ ବୋଝେଇର ଦୁଇ ସ୍ଥାନରୁ ବିନା ଭିଡ ସମୟରେ ୨୦୦ କିମି ଓ ଭିଡ ସମୟରେ ୪୦୦ କିମି ଦୂରତା ଅବରୋଧକୁ କୋହଳ କରି ବର୍ତ୍ତମାନ ୫୦୦ କିମି ପର୍ଯ୍ୟନ୍ତ ଯେ କୌଣସି ସମୟରେ ମଧ୍ୟ ମାଲ ପରିବହନ କରାଯାଇ ପାରିବ। ଟ୍ରେନ ଲୋଡର ସୁବିଧା ଅନୁଯାୟୀ ଖାଦ୍ୟଶସ୍ୟ, କୃଷିଜାତ ଉତ୍ପାଦ ଇତ୍ୟାଦି ପରିବହନରେ ବ୍ୟବହୃତ ୱାଗନ ବୋଝେଇକୁ ୫୭ଟି ରୁ ୪୨ଟି ୱାଗନକୁ କମ କରାଯାଇଛି। ଏହି ବ୍ୟବସ୍ଥା ଆସନ୍ତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରେଳବାଇ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

Comments are closed.