ଲାଞ୍ଜିଗଡ: ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୁତାଣୁ ସଂକ୍ରମଣ ପ୍ରତିରୋଧ ନେଇ ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ଏହାର ମୁକାବିଲା ନେଇ ଟେଲିମେଡିସିନ ସେବାର ଆରମ୍ଭ କରିଛି। ଗୋଷ୍ଠି ସମୁଦାୟ ତଥା ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ କରାଯାଇଛି।
ଯାହା ଦ୍ୱାରା ରୋଗୀ ଫୋନ ଅଥବା ହ୍ୱାଟ୍ସଅପ୍ ଦ୍ୱାରା ପ୍ରାତଃ ୯ଘଣ୍ଟିକାରୁ ସନ୍ଧ୍ୟା ୭ଘଣ୍ଟିକା ମଧ୍ୟରେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ। ଏହି ସମ୍ପର୍କରେ ଶିଶୁ ବିଶେଷଜ୍ଞ (୭୬୫୩୮୨୨୦୦୩), ଅସ୍ଥିଶଲ୍ୟ (୯୭୭୭୪୨୧୪୭୪), ଆୟୁଷ (୯୫୪୬୭୩୬୨୨୯) ତଥା ଜେନେରାଲ ମେଡିସିନ (୮୦୧୮୪୫୫୮୮୫, ୭୦୦୮୪୨୬୯୦୬) ବିଭାଗୀୟ ଡାକ୍ତର ନିୟୋଜିତ ଅଛନ୍ତି ଓ ସେମାନଙ୍କ ହ୍ୱାଟ୍ସଅପ୍ ନମ୍ବର ମଧ୍ୟ ଜାରି କରାଯାଇଛି ।
ଏହି ଅବସରରେ ବେଦାନ୍ତ ଆଲୁମିନା ରିଫାଇନାରୀର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଛନ୍ତି ଯେ , ଅଞ୍ଚଳର ଗୋଷ୍ଠୀ ସମୁଦାୟଙ୍କ ବିକାଶ ତଥା ଉନ୍ନତି ନେଇ ବେଦାନ୍ତ ସବୁବେଳେ ଚେଷ୍ଟା କରିଆସିଛି। ବର୍ତ୍ତମାନ ପରିସ୍ଥିତିରେ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ସହିତ ପାର୍ଶ୍ବବର୍ତ୍ତି ଗୋଷ୍ଠି ସମୁଦାୟଙ୍କ ସୁରକ୍ଷା ନେଇ କମ୍ପାନୀ ଯଥା ସମ୍ଭବ ପ୍ରୟାସ ଜାରି ରଖିଛି। ଏହି ସମୟରେ ଅଞ୍ଚଳବାସି କିପରି ହାତପାହାନ୍ତାରେ ଡାକ୍ତରୀ ପରାମର୍ଶ ତଥା ସ୍ୱାସ୍ଥ୍ୟସେବା ପାଇପାରିବେ ଏ ନେଇ କମ୍ପାନୀ ଟେଲିମେଡିସିନ ସେବାର ଆରମ୍ଭ କରିଛି। ଲକ୍ଡାଉନ୍ ପରିସ୍ଥିତିରେ ଲାଞ୍ଜିଗଡ ଠାରୁ ଦୁର ଦୁରାନ୍ତରେ ବସବାସ କରୁଥିବା ରୋଗୀଙ୍କ ପାଇଁ ଏହି ସୁବିଧା ବେଶ ଲାଭଦାୟକ ହୋଇପାରିବ। ଜିଲ୍ଲା ପ୍ରଶାସନର ମାର୍ଗଦର୍ଶିତାରେ କମ୍ପାନୀ ନେଇଥିବା ପଦକ୍ଷେପ ମଧ୍ୟରେ ଅଞ୍ଚଳରେ ମାସ୍କ ତଥା ସାବୁନ ବିତରଣ ପ୍ରମୁଖ ସାର୍ବଜନିକ ସ୍ଥାନରେ ଧୁମନ ତଥା କୀଟାଣୁଶୋଧନ, କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ତଥା ଏକତ୍ର ଯାତ୍ରା ନ କରିବା ଉପରେ ବିଶେଷ ଦୃଷ୍ଟି ଦେବା ସହିତ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ଜନ ସଚେତନତା ଅଭିଯାନ ଜାରି ରହିଛି। ମାସିକ ୭୦୦୦ହଜାରରୁ ଉର୍ଦ୍ଧ ରୋଗୀଙ୍କ ଚିକିତ୍ସା ସହିତ ଲାଞ୍ଜିଗଡ ସ୍ଥିତ ୨୦ଶଯ୍ୟା ବିଶିଷ୍ଟ ବେଦାନ୍ତ ଡାକ୍ତରଖାନା ଜିଲା ପ୍ରଶାସନର ସହାୟତା ପାଇଁ ପ୍ରସ୍ତୁତିକରଣ ଏବଂ ଗୋଷ୍ଠୀ ସମୁଦାୟଙ୍କ କରୋନା ସମ୍ପର୍କିତ କୌଣସି ସନ୍ଦେହ ଦୁର ପାଇଁ ୨୩୪ଘଣ୍ଟିଆ ହେଲ୍ପଲାଇନ ନମ୍ବର ମଧ୍ୟ କାର୍ଯ୍ୟରତ ରହିଛି। ସାମ୍ପ୍ରତିକ ପରିସ୍ଥିତିରେ ମାସିକ ୭୦୦୦ରୁ ଉର୍ଦ୍ଧ ରୋଗୀଙ୍କ ଚିକିତ୍ସା ନେଇ ବେଦାନ୍ତ ଚିକିତ୍ସାଳୟ ଦ୍ୱାରା ନିଃଶୁଳ୍କ ଡାକ୍ତରୀ ପରାମର୍ଶ ଏବଂ ଔଷଧ ବିତରଣ ଜାରି ରହିଛି ।



