www.samajalive.in
Saturday, December 13, 2025
26.1 C
Bhubaneswar

ଆପଣଙ୍କ ପିଲା ମଧ୍ୟ ଚାପର ଶିକାର କି? ଜାଣନ୍ତୁ ଲକ୍ଷଣ ଓ ସମାଧାନର ମନ୍ତ୍ର

ଲକଡାଉନ ପରେ ସାମାଜିକ ଦୂରତା ଏବଂ କରୋନା ଖବର ଶୁଣିବା ପରେ ସମସ୍ତେ ଚିନ୍ତିତ ହୋଇ ପଡୁଛନ୍ତି। ବିଶେଷଜ୍ଞ ମତ ହେଲା, ଏଭଳି ପରିସ୍ଥିତିରେ ଭୟର ପ୍ରଭାବ କେବଳ ଲୋକମାନଙ୍କ ଉପରେ ନୁହେଁ, ପିଲାମାନଙ୍କ ଉପରେ ମଧ୍ୟ ପଡିପାରେ। ଯଦିଓ ସେମାନେ ଆପଣଙ୍କୁ କିଛି କହିପାରନ୍ତି ନାହିଁ, କିନ୍ତୁ ସେମାନର ଆଚରଣରେ ପରିବର୍ତ୍ତନ ଦେଖାଦେଇପାରେ। ଏବିଷୟରେ ପିଲାମାନଙ୍କ ସହ କଥା ହେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଲକଡାଉନ୍ ସମୟରେ ପିଲାମାନଙ୍କ ପାଇଁ ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ। ଯାହାଫଳରେ ସେମାନେ ବ୍ୟସ୍ତ ଏବଂ ସକରାତ୍ମକ ରହିବେ। ତେବେ ଆସନ୍ତୁ ଜାଣିବା ଚାପର ଲକ୍ଷଣ ଏବଂ ସମାଧାନ …..

ଡାକ୍ତରମାନେ କହିଛନ୍ତି ଯେ, ପିଲାମାନଙ୍କ ମଧ୍ୟରେ ବିରକ୍ତି ଚାପର ଏକ ପ୍ରମୁଖ ସଙ୍କେତ। ଏହି ସମୟରେ ଅନେକ ପିଲାଙ୍କ ମଧ୍ୟରେ ଭାବପ୍ରବଣତାର ଅଭାବ ଏବଂ ପ୍ରକୃତିର ପରିବର୍ତ୍ତନ ମଧ୍ୟ ଦେଖାଯାଏ। ଚାପ ଯୋଗୁଁ ସ୍ନାୟୁ ହରମୋନ୍ ଏବଂ ରାସାୟନିକ ପଦାର୍ଥରେ ପରିବର୍ତ୍ତନ ଆସିପାରେ। ଯାହାର ପ୍ରଭାବ ମଧ୍ୟ ଶରୀର ଉପରେ ପଡିପାରେ।

- Advertisement -

ଡାକ୍ତରମାନେ କହିଛନ୍ତି ପିଲାମାନଙ୍କ ସହିତ ସମୟ ବିତାନ୍ତୁ। ସେମାନଙ୍କର ବିଶ୍ୱାସ ଜିତନ୍ତୁ। ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସତର୍କତା ରହିବା ପାଇଁ ଏକ ଭଲ ରୁଟିନ୍ ପ୍ରସ୍ତୁତ କରି ସେମାନଙ୍କୁ ବ୍ୟସ୍ତ ରଖନ୍ତୁ।

ଭଲ ନିଦ ନହେବା, ଶୋଇବା ପରେ ହଠାତ୍ ଉଠିବା ପିଲାଟିର ଚାପର ସଙ୍କେତ ହୋଇପାରେ। ଯଦି ଶିଶୁର ସ୍ୱାସ୍ଥ୍ୟ ସ୍ୱାଭାବିକ ଏବଂ ତଥାପି ସେମାନଙ୍କଠାରେ ପ୍ରତିଦିନ ଏପରି ଘଟୁଛି, ତେବେ ନିଶ୍ଚିତ ଭାବରେ ସେ ଚାପରେ ଅଛନ୍ତି।

ଏହାର ମୁକାବିଲା କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ଯେ ଆପଣ ପିଲାମାନଙ୍କୁ ସନ୍ଧ୍ୟା ପର ଠାରୁ ଯେକୌଣସି ଗଠନମୂଳକ କାର୍ଯ୍ୟରେ ଜଡିତ ରଖନ୍ତୁ। ସୂର୍ଯ୍ୟ ଅସ୍ତ ହେବାବେଳେ ଆପଣଙ୍କ ଘରର ବଗିଚା କିମ୍ବା ଟେରାସରେ ବୁଲନ୍ତୁ। ଯଦି ଆପଣ ଗରମ ଅଞ୍ଚଳରେ ଅଛନ୍ତି, ତେବେ ସନ୍ଧ୍ୟାରେ ଗାଧୋଇ ସେମାନଙ୍କୁ ଶୋଇବାକୁ ଦିଅନ୍ତୁ। ଏହାଦ୍ୱାରା ଭଲ ନିଦ ଆସିବ।

ପିଲାମାନଙ୍କଠାରେ ପେଟର ଯନ୍ତ୍ରଣା ଏକ ସାଧାରଣ କଥା। କାରଣ ଚାରି ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୯୦% ଏହି ଯନ୍ତ୍ରଣାର ଶିକାର ହୋଇଥାନ୍ତି କିନ୍ତୁ କୌଣସି ରୋଗ ନଥାଏ।

ଅନେକ ଶିଶୁ ଚିକିତ୍ସକ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ଅଧିକ ଫାଇବର ଖାଦ୍ୟ ଦିଆଯିବା ଉଚିତ୍। ଏହି କାରଣରୁ ସେମାନଙ୍କଠାରେ କୋଷ୍ଠକାଠିନ୍ୟର କୌଣସି ଅସୁବିଧା ହେବ ନାହିଁ।

ଏହି ସମୟରେ ଆପଣ ସେମାନଙ୍କର ଭାବପ୍ରବଣ ପରିବର୍ତ୍ତନକୁ ଚିହ୍ନନ୍ତୁ। ଯଦି ସେମାନେ ନର୍ଭସ ଅଛନ୍ତି, ସେମାନଙ୍କୁ ଭଲ ଅନୁଭବ କରାନ୍ତୁ। ଯଦି ଏପରି ଲକ୍ଷଣ ଜାରି ରହେ, ତେବେ ଏକ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ଯଦି କୌଣସି ଶିଶୁ ମାଂସପେଶୀ କିମ୍ବା ହାଡ ଯନ୍ତ୍ରଣା ବିଷୟରେ ଅଭିଯୋଗ କରନ୍ତି, ତେବେ ତାଙ୍କର ଶାରୀରିକ କାର୍ଯ୍ୟକଳାପକୁ ଦେଖନ୍ତୁ। ଖେଳାଖେଳି ନ କରୁଥିବାରୁ ସେମାନଙ୍କ ଠାରେ ଏଭଳି ଅସୁବିଧା ହେବାର ସମ୍ଭାବାନା ରହିଛି। ସେମାନଙ୍କ ସହ ଖେଳାଖେଳିରେ ଅଂଶ ଗ୍ରହଣ କରନ୍ତୁ। ସେମାନେ ଆରମ ଅନୁଭବ କରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories