www.samajalive.in
Friday, December 5, 2025
26.1 C
Bhubaneswar

ଚୀନ ପାଇଁ ପ୍ରଚାରର ମାଧ୍ୟମ ସାଜିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ : ଆମେରିକା

ୱାଶିଂଟନ : ବିଶ୍ବରେ ଜାରି ରହିଥିବା କରୋନା ପରିସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଚୀନ ପାଇଁ ପ୍ରଚାରର ମାଧ୍ୟମ ସାଜିଛି ବୋଲି ଆମେରିକା ଅଭିଯୋଗ କରିଛି। ଆମେରିକାର ଜାତୀୟ ନିରାପତା ପରାମର୍ଶଦାତା ରବର୍ଟ ଓ ବ୍ରିଏନ ଏହି ଅଭିଯୋଗ କରି କହିଛନ୍ତି ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିଜର ବିଶ୍ବସନୀୟତା ହରାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଆମେରିକା ଅଧା ବିଲିୟନ ଡଲାର ଖର୍ଚ୍ଚ କରୁଥିବା ବେଳେ ଚୀନ ମାତ୍ର ୪୦ ନିୟୁତ ଆମେରିକୀୟ ଡଲାର ଖର୍ଚ୍ଚ କରୁଛି। ଆମେରିକାର ଏକ ଦଶମାଂଶ।

ବ୍ରିଏନ କହିଛନ୍ତି ଯେ, ଡବ୍ଲ୍ୟୁଏଚଓ ଜାନୁଆରୀ ୧୪ ତାରିଖରେ ଆମେରିକାକୁ ଆଶ୍ବସ୍ତ କରିଥିଲା ଯେ, କରୋନା ଭୂତାଣୁ ମଣିଷଠୁ ମଣିଷକୁ ସଂକ୍ରମିତ ହେବ ନାହିଁ। ଯାହା ମିଛ ପ୍ରମାଣିତ ହେଲା। ସେହିପରି ଫେବୃଆରୀ ମାସରେ ଚୀନରୁ ଯାତାୟତ କଟକଣା ବନ୍ଦ ସପକ୍ଷରେ ଆମେରିକା ସମେତ ଅନ୍ୟ ଦେଶ ବାରଣ କରିଥିଲା ବେଳେ ଏହାକୁ ମଧ୍ୟ ସମାଲୋଚନା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଖର୍ଚ୍ଚ ୧୧ରେ ଚୀନ ଏହି ଭୂତାଣୁ ନିୟନ୍ତ୍ରଣ କରିଥିବା ଏହି ସଂସ୍ଥା କହିଥିଲା। ସେତେବେଳକୁ ୧୮୪ଟି ଦେଶରେ ଏହା ବ୍ୟାପି ସାରିଥିଲା। ତେଣୁ ଡବ୍ଲ୍ୟୁଏଚଓର ବିଶ୍ବସନୀୟତା ନଥିବା ବେଳେ ଏହାର କ’ଣ ସଂଶୋଧନ ହୋଇପାରିବ ସେ ନେଇ ବିଭିନ୍ନ ରାଷ୍ଟ୍ର ସହ ଆଲୋଚନା ଚାଲିଥିବା ବ୍ରିଏନ କହିଛନ୍ତି।

- Advertisement -

ସୂଚନା ଯୋଗ୍ୟ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ କଥାରେ ପରିଚାଳିତ ହେଉଥିବା ଅଭିଯୋଗ କରିଥିଲେ। କରୋନାରେ ଆମେରିକାରେ ୮ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇଥିବା ବେଳେ ୪୫ ହଜାରଣୁ ଉର୍ଦ୍ଧ୍ବ ପ୍ରାଣ ହରାଇଲେଣି। ପୂରା ବିଶ୍ବରେ ୨.୫ ନିୟୁତ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୧୭୭୦୦୦ ଲୋକ ମୃତ୍ୟୁ ବରଣ କରିଲେଣି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories