www.samajalive.in
Saturday, December 13, 2025
26.1 C
Bhubaneswar

ତୈଳ ବଜାରରେ କରୋନା ମାଡ : ପାଣିଠାରୁ ଶସ୍ତା ହେଲା ତେଲ

ବ୍ୟାଙ୍କକ୍‌ : ପିଇବା ପାଣିଠାରୁ ଶସ୍ତା ହୋଇଛି ତେଲ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଅଧିକାଂଶ ସମୟରେ ତେଲ ବଜାରରେ ଲାଗିଥିବା ନିଆଁର ଆଉ ସେ ତାଉ ନାହିଁ। ଦିନ ଥିଲା ତେଲ ଦର ତାତିରେ ସମଗ୍ର ବିଶ୍ବ ଉଠୁଥିଲା ପଡୁଥିଲା। କାରଣ ଶକ୍ତି କ୍ଷେତ୍ରରେ ଦେଖାଦେଉଥିବା ଚାହିଦା ଆଉ ନାହିଁ। ସମଗ୍ର ବିଶ୍ବlର ଛାଇଯାଇଛି ​କୋଭିଡ଼୍-୧୯ ବା କରୋନା ଭୂତାଣୁର ପ୍ରକୋପ। ଏବେ ବିଶ୍ବର ୨୧ ରାଷ୍ଟ୍ର କରୋନା ସଂକ୍ରମଣ ଦ୍ବାରା ପ୍ରଭାବିତ। ଏଭଳି ସମୟରେ ବିଶ୍ବ ତୈଳ ବଜାର କରୋନା ପ୍ରଭାବରୁ ବାଦ୍‌ ପଡିନି। କରୋନା ମାଡରେ ତୈଳ ବଜାର ଛାରଖାର। ତୈଳ ବିକ୍ରି କରି ବେଶ ମାଲାମାଲ ହେଉଥିବା ବିଶ୍ବର ତେଲ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକ ଏହାକୁ ନେଇ ବେଶ ଚିନ୍ତିତ। ତେଲ ଦରରେ ଏଭଳି ହ୍ରାସ ଯୋଗୁ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ୨୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ପରିସ୍ଥିତି ଏମିତି ହୋଇଛି ସୋମବାର ଏକ ସମୟରେ ଆମେରିକୀୟ ତୈଳ ଫିଚରର ମୂଲ୍ୟ ଶୂନ୍ୟ ତଳକୁ ଖସିଆସିଥିଲା।
କରୋନା ସଂକ୍ରମଣ ରୋକିବାକୁ ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ର ପ୍ରଭାବ ତେଲ ଦର ଉପରେ ପଡିଛି। ଲକ୍‌ ଡାଉନ୍‌ ଯୋଗୁ ବଜାରରେ ତୈଳ ଚାହିଦା କମିଯାଇ। ଏଥିଯୋଗୁ କ୍ଷତିଗ୍ରସ୍ଥ ହୋଇଛନ୍ତି ତୈଳ କମ୍ପାନୀ। ​‌ସୋମବାର ଆମେରିକୀୟ ୱେଷ୍ଟ ଟେକ୍ସାସ୍‌ ଇଣ୍ଟର ମିଡିଏଟ୍‌ (ଡବ୍ଲ୍ୟୁଟିଆଇ) ତୈଳ ଦର ବ୍ୟାରେଲ ପିଛା ୧୨.୦୫ ଡଲାରକୁ ଖସିଆସି ଥିବାବେଳେ ମଙ୍ଗଳବାର ଏହା ୧୧.୭୯ ଡଲାରକୁ ହ୍ରାସ ଘଟିଛି। ଏହାଫଳରେ ତେଲ ଦର ଏକ ​ବୋତଲ ପିଇବା ପାଣିର ମୂଲ୍ୟଠାରୁ ତଳେ ରହିଛି।​ ଗୋ‌ଟିଏ ପାଣି ​ବୋତଲ ମୂଲ୍ୟ ୨୦ ଟଙ୍କା ପଡୁଥିବାବେଳେ ଅଶୋଧିତ ତେଲ ଦର ତାଠାରୁ ମଧ୍ୟ ଢେର କମ୍‌ ରହିଛି।

ସୂଚନା ଯୋଗ୍ୟ, ଅଶୋଧିତ ତୈଳ ଦର ବର୍ଷର ପ୍ରାରମ୍ଭରେ ପାଖାପାଖି ୬୦ ଡଲାର ରହିଥିଲା। ଏହାକୁ ନେଇ ଏବେ ବଜାର ଏବଂ ଆର୍ଥିକ କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ତୈଳ ଦରରେ ଏଭଳି ହ୍ରାସ ଟ୍ରମ୍ଫ ପ୍ରଶାସନର ନିଦ ହଜାଇ ଦେଇଛି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆମେରିକା ସରକାର ତୈଳ କମ୍ପାନୀଙ୍କୁ ପାଣ୍ଠି ଯୋଗାଇ​‌ବାକୁ ନିଷ୍ପତ୍ତି ​ନେଇଛନ୍ତି। ଯୋଗାଣ ସହ ତୈଳ ଦରରେ ଅହେତୁକ ହ୍ରାସ ଯୋଗୁ ସୃଷ୍ଟ ସମସ୍ୟା ସହ ଯୁଝୁଥିବା ତୈଳ କମ୍ପାନୀଙ୍କୁ ଆମେରିକା ସରକାର ପାଣ୍ଠି ଯୋଗାଇବାକୁ ଯୋଜନା କରୁଛନ୍ତି। ଏ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆମେରିକାର ସେକ୍ରେଟାରୀ ଅଫ୍‌ ଏନର୍ଜୀ ଏବଂ ସେକ୍ରେଟାରୀ ଅଫ୍‌ ଟ୍ରେଜେରୀଙ୍କୁ ନିର୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ତୈଳ ବଜାରରେ ଦେଖାଦେଇଥିବା ଏଭଳି ସ୍ଥିତିକୁ ନଜରରେ ରଖି ବିଶ୍ବର ପ୍ରମୁଖ ତୈଳ ଉତ୍ପାଦନ ଏବଂ ରପ୍ତାନିକାରୀ ରାଷ୍ଟ୍ର ସମୂହ (ଓପେକ୍‌)ର ପ୍ରମୁଖ ସଦସ୍ୟ ସାଉଦି ଆରବ ପରିସ୍ଥିତିକୁ ଅନୁଧ୍ୟାନ କରୁଥିବା କହିଛି। ଓପେକ୍‌ ସହ ଅନ୍ୟ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ସହ ମିଶି ସାଉଦି ଆରବ ଅତିରିକ୍ତ ପଦକ୍ଷେପ ଗ୍ରହଣ କରୁଥିବା କହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟୁଥିଲେ ସୁଦ୍ଧା ଖାଉଟିଙ୍କୁ ଏହାର ଲାଭ ମିଳୁନାହିଁ। ଲକ୍‌ ଡାଉନ୍‌ ଆରମ୍ଭବେଳେ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୪୦ ଡଲାରରୁ ବର୍ତ୍ତମାନ ପାଖାପାଖି ୧୦ ଡଲାର ନିକଟତର ହୋଇଛି। ହେଲେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପ୍ରକାର ହ୍ରାସ ଘଟୁନାହିଁ। ଏ ସମ୍ପର୍କରେ ସର୍ବଭାରତୀୟ ପେ​ଟ୍ରୋଲିୟମ୍‌ ଡିଲର ସଂଘର ଉପସଭାପତି ସଞ୍ଜୟ ଲାଠ୍‌ କୁହନ୍ତି, ପୂର୍ବରୁ ଘରୋଇ ବଜାରରେ ପ୍ରତ୍ୟେକ ଦିନ ତୈଳ ଦର ବଦଳୁଥିଲା। ଅଶୋଧିତ ତୈଳର ଦର ୧୫ ଦିନର ହାରାହାରି ଦରକୁ ବିଚାରକୁ ନେଇ ଭାରତରେ ଦୈନିକ ତୈଳ ଦର ପରିବର୍ତ୍ତିତ ହୋଇଥାଏ। ଲକ୍‌ ଡାଉନ୍‌ ​ଯୋଗୁ ପୂର୍ବ ନିର୍ଦ୍ଧାରିତ ଦର ନିର୍ଦ୍ଧାରଣ ଲାଗୁକୁ ସ୍ଥଗିତ ରଖାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories