www.samajalive.in
Sunday, December 14, 2025
26.1 C
Bhubaneswar

ତାଲାବନ୍ଦବେଳେ ଦିଲ୍ଲୀରେ ୨୧ ବଳାତ୍କାର

ନୂଆଦିଲ୍ଲୀ : ତାଲାବନ୍ଦ ସମୟରେ ଘରୋଇ ହିଂସା ବୃଦ୍ଧି ପାଉଛି; କିନ୍ତୁ ସଡ଼କ ଦୁର୍ଘଟଣା ଭଳି ଅପରାଧ ହ୍ରାସ ପାଉଥିବା ଯଦି କେହି ଭାବନ୍ତି; ତେବେ ତାହା ଭୁଲ। ରାଜଧାନୀ ଦିଲ୍ଲୀର ପରିସଂଖ୍ୟାନକୁ ଦେଖିଲେ ଏହା ସ୍ପଷ୍ଟ ହେବ। ବଳାତ୍କାର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଦିଲ୍ଲୀରେ ତାଲାବନ୍ଦ ପରଠାରୁ; ବିଶେଷକରି ଏପ୍ରିଲ ୧ରୁ ୧୫ତାରିଖ ମଧ୍ୟରେ ୨୧ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ବଳାତ୍କାରକୁ ବାଦ୍‌ ଦେଲେ ୩୧ ଅସଦାଚରଣ ମାମଲା ରୁଜୁ ହୋଇଛି। ଏଥିସହିତ ଚୋରି, ଡକାୟତି, ହତ୍ୟା ଓ ଅଶାଳୀନ ବ୍ୟବହାର ଭଳି ଅପରାଧ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ଚୋରି ମଧ୍ୟରେ ଗାଡ଼ି ଚୋରି ସର୍ବାଧିକ ବୋଲି ଜଣାପଡ଼ିଛି। ତାଲାବନ୍ଦ ଘୋଷଣାଠାରୁ ୧୫ତାରିଖ ସୁଦ୍ଧା ୨୧ ଅପହରଣ, ୩୪୪ ମୋଟର ସାଇକଲ ଚୋରି, ୧୯୧୪ ଚୋରି, ୬୮ଛିନ୍‌ତାଇ ଅଭିଯୋଗ ହୋଇଛି। ସେଥିମଧ୍ୟରୁ ଘରୁ ଚୋରି ସଂଖ୍ୟା ୩୩, ଡକାୟତି ୩୨ ଓ ଅନ୍ୟ ଚୋରି ୩୭। ଅବଶ୍ୟ ଦିଲ୍ଲୀ ପୁଲିସ ଏସବୁକୁ ପୁରୁଣା ମାମଲା ଦର୍ଶାଇ ଏଡ଼ାଇଯିବାକୁ ପ୍ରୟାସ ଚଳାଇଛି। ପୁରୁଣା ମାମଲା ଉପରେ ଏବେ ଏତଲା ଦାୟର ହେଉଛି ଏବଂ ସେଥିମଧ୍ୟରୁ ଅଧିକାଂଶ ଘଟଣା ଘରେ ଘଟିଥିବା ଓ ଏଥିରେ ନିକଟ ସମ୍ପର୍କୀୟ ତଥା ପଡୋଶୀ ସମ୍ପୃକ୍ତ। ତା’ଛଡ଼ା ବିବାହ ପୂର୍ବରୁ ଏକାଠି ରହିଥିବା (ଲିଭ୍‌-ଇନ୍‌ ରିଲେସନ୍‌) ଦମ୍ପତିଙ୍କଠାରୁ ବଳାତ୍କାର ଅଭିଯୋଗ ଅଧିକ ଆସିଛି ବୋଲି ପୁଲିସ କହୁଛି। ରାସ୍ତାଘାଟ ବନ୍ଦବେଳେ ଘରେ ଏଭଳି ସବୁ ଘଟଣା ଘଟୁଛି। ଅଭିଯୋଗଗୁଡ଼ିକ ଉପରେ ପୁଲିସ ତର୍ଜମା କରୁଛି ଏବଂ ଅଧିକ ସତର୍କ ଦୃଷ୍ଟି ରଖୁଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ସମୟ ମଧ୍ୟରେ ୪୩ ଦୁର୍ଘଟଣା ରେକର୍ଡ ହୋଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories