www.samajalive.in
Saturday, December 13, 2025
21.1 C
Bhubaneswar

ମହାମାରୀ କରୋନା ପାଇଁ ସାନିଟାଇଜ ହେଲା ଆଖଣ୍ଡଳମଣି ପୀଠ

ଆରଡି : ମହାମାରୀ କରୋନା ଭଦ୍ରକ ଜିଲାରେ କାୟା ବିସ୍ତାର କରି ଚାଲିଥିବାରୁ ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣି ପୀଠକୁ ସୋମବାର ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି। ସରକାରଙ୍କ ପକ୍ଷରୁ ଲକଡାଉନ ଜାରି କରାଯାଇଥିବାରୁ ଦୀର୍ଘ ୧ ମାସ ହେବ ଆଖଣ୍ଡଳମଣି ପୀଠକୁ କୈାଣସି ଭକ୍ତ ଆସୁନଥିଲେ ମଧ୍ୟ ଆଖପାଖ ଅଞ୍ଚଳର ଲୋକମାନେ ଦୈନଦିନ ବଜାରରେ କିଣାବିକା ନିମନ୍ତେ ଆସୁଛନ୍ତି। ସେହିପରି ମଣିବାବାଙ୍କ ମନ୍ଦିରରେ ଏବେ ବୈଶାଖୀ ବ୍ରତ ଓ ଶୀତଳ ଉପଚାର ନୀତି ଚାଲୁଥିବାରୁ ଆଖପାଖ ଅଞ୍ଚଳରୁ ଆସୁଥିବା ଶ୍ରଦ୍ଧାଳୁମାନେ ମଣି ମନ୍ଦିରର ନେତ ଦର୍ଶନ କରି ଫେରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୀଠରେ ସାନିଟ୍ରାଇଜ କରିବା ପାଇଁ ଜିଲା ପ୍ରଶାସନ ଓ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କୁ ଜଣାଇଥିଲେ। ଏହାକୁ ଦୃଷ୍ଟିରେ ରଖି ସୋମବାର ଦିନ ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ବ ସମେତ ପୁଷ୍କରିଣୀ ଚତୁଃପାର୍ଶ୍ବ, ମୁଖ୍ୟ ବଜାର ରାସ୍ତା, ବ୍ୟାଙ୍କ, ମେଡିକାଲ ପରିସର, ସମସ୍ତ ଏଟିଏମ, ବସଷ୍ଟାଣ୍ଡ, ଆରଡି ଫାଣ୍ଡି ଆଦି ସ୍ଥାନରେ ସାନିଟାଇଜ କରାଯାଇଥିଲା।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories