www.samajalive.in
Monday, December 8, 2025
13.1 C
Bhubaneswar

ପିଡିଏସ୍‌ ସାମଗ୍ରୀ ବଣ୍ଟନ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି କରାଯାଇଥିବା ବେଳେ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ନିମନ୍ତେ ସାମାଜିକ ଦୂରତା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କରି ହିତାଧିକାରୀମାନଙ୍କ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅପ୍ରେଲ୍‌, ମଇ ଓ ଜୁନ୍‌ ତିନିମାସର ଆଗୁଆ ପିଡିଏସ୍‌ ସାମଗ୍ରୀ ଯୋଗାଇ ଦିଆଯାଉଛି।

ଏହି ପରିପ୍ରେକ୍ଷୀରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟକୁ ଆବଣ୍ଟିତ ଚାଉଳ ଓ ଗହମ ମଧ୍ୟରୁ ଏ ପର୍ଯ୍ୟନ୍ତ ୯୯ ପ୍ରତିଶତ ଉଠାଣ କରାଯାଇ ସୁଲଭ ମୂଲ୍ୟ ଦୋକାନଗୁଡ଼ିକ ଯୋଗାଇ ଦିଆଯାଇଛି । ରାଜ୍ୟର ୩.୩ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏହି ତ୍ରୈମାସିକ ରାସନ ଯୋଗାଇ ଦିଆଯାଉଛି । ଆଜି ପର୍ଯ୍ୟନ୍ତ ୭୭ ଲକ୍ଷ ୬୬ ହଜାର ୩୨୩ ଜଣ ରାସନ୍‌ କାର୍ଡଧାରୀ ପରିବାରଙ୍କୁ ଆଗୁଆ ତୈ୍ରମାସିକ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ଏଥି ସହିତ ୨୧ ମାର୍ଚ୍ଚରୁ ୧୯ ଅପ୍ରେଲ ମଧ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ୨୭,୫୩୭ଟି ପରିବାରର ୭୫,୧୮୧ ଜଣ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ହିତାଧିକାରୀଙ୍କ ସାମିଲ ପ୍ରକ୍ରିୟା ଜାରି ରହିଛି।

- Advertisement -

ସେହିପରି କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସମସ୍ତ ରାସନ୍‌ କାର୍ଡଧାରୀମାନଙ୍କୁ ନଗଦ ରିଲିଫ୍‌ ଆକାରରେ ୧୦୦୦ ଟଙ୍କା ଲେଖାଏଁ ଯୋଗାଇ ଦିଆଯିବା ପରିପ୍ରେକ୍ଷୀରେ ଆଜି ସୁଦ୍ଧା ୮୪ ଲକ୍ଷ ୩୧ ହଜାର ୪୯୪ ଜଣ କାର୍ଡଧାରୀ ପରିବାରଙ୍କୁ ମୋଟ ୮୪୩ କୋଟି ୧୪ ଲକ୍ଷ ୯୪ ହଜାର ଟଙ୍କା ଯୋଗାଇ ଦିଆଯାଇଛି।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories