www.samajalive.in
Monday, December 8, 2025
13.1 C
Bhubaneswar

ବିଶ୍ୱର ଭବିଷ୍ୟତ ଭାରତର ଐକ୍ୟବଦ୍ଧ ସଂଗ୍ରାମକୁ ମନେ ରଖିବ – ମୋଦୀ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ, ଭାଷା କିମ୍ବା ସୀମାରେଖା ବିଚାରକୁ ନେଇ ସଂକ୍ରମଣ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ଭାରତ ଭଳି ଦେଶରେ ଏକତା ଏବଂ ଭାଇଚାରା ଏସବୁକୁ ବିଚାରକୁ ନେଇ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଲିଙ୍କ୍‍ଡଇନରେ ଏକ ପୋଷ୍ଟରେ ମୋଦୀ କହିଛନ୍ତି ଯେ ଇତିହାସରେ ଏଭଳି ସମୟ ଆସିଥିଲା, ଯେତେବେଳେ ଦେଶ ଏବଂ ସମାଜ ଉଭୟ ଉଭୟଙ୍କର ବିରୋଧୀ ହୋଇଥିଲେ। କିନ୍ତୁ ଆଜିର ବିଶ୍ୱରେ ସମସ୍ତେ ଏକସ୍ୱରରେ କରୋନା ବିରୋଧରେ ସଂଗ୍ରାମ କରୁଛନ୍ତି।

ସେ କହିଛନ୍ତି, ବିଶ୍ୱର ଭବିଷ୍ୟତ ଏହି ଐକ୍ୟବଦ୍ଧ ସଂଗ୍ରାମକୁ ମନେରଖିବ। ଏହି ମର୍ମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ସାରା ବିଶ୍ୱ ପାଇଁ ଭାରତ ଉଦାହରଣ ପାଲଟିଛି ଏବଂ ଦେଶରେ ଘଟୁଥିବା ପ୍ରତ୍ୟେକଟି ପରିବର୍ତ୍ତନ ସାରା ବିଶ୍ୱକୁ ଦିଗ୍‍ଦର୍ଶନ ଦେଉଛି। ଏହା କେବଳ ଭାରତ ପାଇଁ ନୁହେଁ, ବରଂ ମାନବଜାତି ପାଇଁ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି। କରୋନା ଭାଇରସ୍‍ କର୍ମମୟ ଜୀବନରେ ଆଣିଥିବା ପରିବର୍ତ୍ତନ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଘର କାର୍ଯ୍ୟାଳୟ ପାଲଟିଛି ଏବଂ ଇଣ୍ଟରନେଟ୍‍ ସଂପର୍କର ନୂଆ ମାଧ୍ୟମ ହୋଇପାରିଛି। କରୋନା ପରବର୍ତ୍ତୀ ବିଶ୍ୱରେ ଭାରତ ଆଧୁନିକ ଯୋଗାଣ କ୍ଷେତ୍ରରେ ନୂଆ ସଂକଳ୍ପ ନେଇ ଆସିବ ବୋଲି ସେ କହିଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories