ଭୁବନେଶ୍ବର (ବ୍ୟୁରୋ): ଓଡ଼ିଶାକୁ କଲକତା ବିପଦ ଘାରିଛି । ୨୦ ତାରିଖ (ସୋମବାର) ରାଜ୍ୟରେ ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର ରହିଛି କଲିକତା ସମ୍ପର୍କ । ଭଦ୍ରକ ଓ ଯାଜପୁରର ଏହି ସଂକ୍ରମିତମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କଲକତାରୁ ରୋଗ ଟାଣିଛନ୍ତି । ଆଜି ଭଦ୍ରକରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତ ଏବଂ ଯାଜପୁରରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କୋଲକାତା ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।
୭୪ ସଂକ୍ରମିତଙ୍କ ମଧ୍ୟରୁ ୨୪ଙ୍କ ଗସ୍ତ ଇତିହାସ କଲକତା ସହ ସମ୍ପୃକ୍ତ
ଅନ୍ୟପ
କ୍ଷରେ କଲକତାରୁ ରାଜ୍ୟକୁ ଫେରିଥିବା ଓ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କୁ ସତର୍କ କରାଇ ଦେଇଛନ୍ତି ରାଜ୍ୟ ସରକାର । ଗତ ୪ ସପ୍ତାହ ଅର୍ଥାତ ୨୮ ଦିନ ମଧ୍ୟରେ କଲକତାରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ସରକାର ନିର୍ଦେଶ ଦେଇଛନ୍ତି । ନିଜର ସମସ୍ତ ତଥ୍ୟ ସ୍ଥାନୀୟ ସରପଞ୍ଚ, ବିଡିଓ ଏବଂ ତହସିଲଦାରଙ୍କୁ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।



