www.samajalive.in
Saturday, December 13, 2025
17.1 C
Bhubaneswar

୨୪ ତାରିଖ ଯାଏଁ କାଳବୈଶାଖୀ

ଭୁବନେଶ୍ବର: କାଳବୈଶାଖୀ ଯୋଗୁଁ ରାଜ୍ୟର ଅନେକ ଜିଲାରେ ତାପମାତ୍ରା ହ୍ରାସ ପାଇଛି। ଆଜି ଦୁଇଟି ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା। ତେବେ କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ରୁ ନିସ୍ତାର ମିଳିବ ନାହିଁ। ଆସନ୍ତା ୨୪ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ ହେବ। ଏହି ସମୟରେ କୁଆପଥର ବୃଷ୍ଟି ସହ ଘଣ୍ଟାପ୍ରତି ୫୦ କିମି ବେଗରେ ପବନ ବହିବ। ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ୧୭ରୁ ଅଧିକ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୧ ତାରିଖରେ ଏସବୁ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ (ପ୍ରସ୍ତୁତ ରୁହ) ଜାରି କରାଯାଇଛି।

ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା କାଲି ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ, କଟକ, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାରେ ପବନର ବେଗ ୩୦ରୁ ୪୦ କିମି ମଧ୍ୟରେ ରହିବ। ସେହିପରି ମଙ୍ଗଳବାର ଦିନ ଉପରୋକ୍ତ ଜିଲା ସମେତ କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର ଜିଲାରେ ପବନର ବେଗ ୪୪ରୁ ୫୫ କିମି ମଧ୍ୟରେ ଏବଂ ଅନୁଗୋଳ, ସୋନପୁର, ବୌଦ୍ଧ, ନୟାଗଡ଼, କଟକ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କଳାହାଣ୍ଡି ଜିଲାରେ ଘଣ୍ଟାପ୍ରତି ୫୦ କିମି ବେଗରେ ପବନ ବହିବା ସହ କାଳବୈଶାଖୀ ହୋଇପାରେ। ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୪ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ। କାଳବୈଶାଖୀ ଯୋଗୁଁ ଦିନ ବେଳା ତାପମାତ୍ରା ବଢ଼ିବ ଆଉ ସଂଧ୍ୟା ପରେ କିଛିଟା ହ୍ରାସ ପାଇପାରେ। ଆଜି ଫୁଲବାଣୀ ଓ ତାଳଚେରରେ ସର୍ବାଧିକ ୪୦ ଡିଗ୍ରୀ ରେକର୍ଡ କରାଯାଇ ଥିବା ବେଳେ ଟିଟିଲାଗଡ଼ରେ ୩୮, ବଲାଙ୍ଗୀରରେ ୩୭.୬, ସୁନ୍ଦରଗଡ଼ରେ ୩୭.୫, ମାଲକାନଗିରି ଓ ସୋନପୁରରେ ୩୭.୨, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ୩୭, ଭୁବନେଶ୍ବରରେ ୩୬.୬, କଟକରେ ୩୬, ବାଲେଶ୍ବରରେ ୩୪.୭, ଗୋପାଳପୁରରେ ୩୧.୧ ଡିଗ୍ରୀ ରେକର୍ଡ କରାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories