www.samajalive.in
Monday, December 8, 2025
13.1 C
Bhubaneswar

ଓର୍‌ମାସ ତରଫରୁ ଖୋଲିଲା ମାସ୍କ କାଉଣ୍ଟର

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ ରୋକିବାଦିଗରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏଣିକି ଘରୁ ବାହାରିବାମାତ୍ରେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ଏହି ନିର୍ଦେଶନାମା ଜାରି ପରେ ରାଜ୍ୟବାସୀ ଏବେ ଏ ଦିଗରେ ସଚେତନତା ହେବା ସହ ମାସ୍କ ବ୍ୟବହାର କରୁଛନ୍ତି। ହେଲେ ସ୍ବାସ୍ଥ୍ୟସେବା ଆଦି ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ଏବଂ କର୍ମଚାରୀମାନେ ଏନ୍‌-୯୫ ମାସ୍କ ବ୍ୟବହାର କରୁଥିବାବେଳେ ଦୈନନ୍ଦିନ ଜୀବନରେ ଜଣେ ସାଧାରଣ ବ୍ୟକ୍ତି କପଡ଼ାରେ ତିଆରି ମାସ୍କ ବ୍ୟବହାର କରିପାରିବେ। ଯାହା କି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କ ମଧ୍ୟ ସୁରକ୍ଷା ଦେଇପାରିବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ କପଡ଼ାରେ ତିଆରି କରୁଛନ୍ତି ମାସ୍କ। ଏହି କପଡ଼ା ମାସ୍କ ଲୋକଙ୍କ ନିକଟରେ ସୁବିଧାରେ ଉପଲବ୍ଧ କରାଇବା ପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓର୍‌ମାସ୍‌ ଏକ ଅଭିଯାନ ଆରମ୍ଭ କରିଛି। ସ୍ବୟଂ ସହାୟକ ଗୋଷ୍ଠୀ ଏଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ବାରା ତିଆରି ମାସ୍କ ବିକ୍ରି ପାଇଁ ଭୁବନେଶ୍ବର ୟୁନିଟ ୮ସ୍ଥିତ ଏସ୍‌ଆଇଆର୍‌ଡି କ୍ୟାମ୍ପସ ସମ୍ମୁଖରେ ଏକ କାଉଣ୍ଟର ଖୋଲାଯାଇଛି। ରବିବାର ପୂର୍ବାହ୍ନରୁ ଖୋଲିଥିବା ଏହି କାଉଣ୍ଟରେ ମାତ୍ର ୧୫ଟଙ୍କା ଦାମ୍‌ରେ ମାସ୍କ ବିକ୍ରୀ କରାଯାଉଛି। ପ୍ରତ୍ୟେହ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ମାସ୍କ କାଉଣ୍ଟର ଖୋଲା ରହୁଛି। ଏଠାରେ ଉପଲବ୍ଧ ହେଉଥବା ମାସ୍କଗୁଡ଼ିକ ଥରେ ବ୍ୟବହାର ପରେ ଡିଟରଜେଣ୍ଟ ଓ ପାଣିରେ ଭଲ ଭାବେ ସଫା କରି ଏହାକୁ ପୁଣିଥରେ ବ୍ୟବହାର କରାଯାଇପାରିବ। କରୋନା ଲକ୍‌ଡାଉନ୍‌ ପରଠାରୁ ଆଜି ଯାଏଁ ରାଜ୍ୟର ୨୧ଟି ଜିଲାର ସ୍ବୟଂସହାୟକ ଗୋଷ୍ଠୀ ପ୍ରାୟ ୧୨ଲକ୍ଷ ମାସ୍କ ତିଆରି କରି ବଜାରକୁ ଛାଡ଼ି ସାରିଲେଣି ବୋଲି ସୂଚନା ଦିଆଯାଇଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories