www.samajalive.in
Saturday, December 13, 2025
14.1 C
Bhubaneswar

ଲକଡାଉନରେ ମହାରାଷ୍ଟ୍ରରେ ଭିଡ ହିଂସା; ୩ ଜଣଙ୍କୁ ପିଟିପିଟି ହତ୍ୟା, ୫ ପୁଲିସ କର୍ମଚାରୀ ଆହତ

ମୁମ୍ବଇ : ସମଗ୍ର ଭାରତର ଲକଡାଉନ ଚାଲିଥିବା ବେଳେ ମହାରାଷ୍ଟ୍ରରେ ଅସମ୍ଭାଳ ଭିଡ ହିଂସା ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଗାଁରେ ତିନି ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ବେଳେ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ଡକାୟତ ସନ୍ଦେହରେ ସ୍ଥାନୀୟ ଲୋକ ସେମାନଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି। ହିଂସା ଏତେ ଭୟଙ୍କର ଥିଲା ଯେ ପୁଲିସ ମଧ୍ୟ ସେମାନଙ୍କ କବଳରୁ ବର୍ତ୍ତି ପାରିନାହିଁ। ପୁଲିସ ଟିମ୍ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇତିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏମାନେ ୩ ଜଣ ନାଶିକ ଆଡକୁ ଯାଉଥିବା ସମୟରେ ହଠାତ୍ ୨୦୦ ଗ୍ରାମବାସୀ ଏକତ୍ରିତ ହୋଇ ସେମାନଙ୍କ ଉପରକୁ ଢେଲା ପଥର ମାଡ କରିଥିଲେ। ସେମାନେ ଗାଡି ଅଟକାଇଲା ପରେ ଗାଡି ମଧ୍ୟରୁ ତିନି ଜଣଙ୍କୁ ବାହର କରି ଉତ୍ତ୍ୟକ୍ତ ଲୋକେ ବାଡି ଓ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ। ମୃତକଙ୍କ ପରିଚୟ ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଡ୍ରାଇଭର ଥିବାବେଳେ ଦୁଇଜଣ ମୁମ୍ବାଇର ବାସିନ୍ଦା ବୋଲି ଜଣାପଡିଛି। ମୃତକଙ୍କ ନାମ ସୁଶୀଲଗିରି ମହାରାଜ, ନୀଲେଶ ତେଲଗଡେ ଏବଂ ଜୟେଶ ତେଲଗେଡ।

- Advertisement -

ଯେତେବେଳେ ଉତ୍ତ୍ୟକ୍ତଲୋକେ ସେମାନଙ୍କ ଉପରକୁ ପଥର ଫିଙ୍ଗି ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଡ୍ରାଇଭର ପୁଲିସକୁ ଫୋନକୁ କରି ଘଟଣା ସମ୍ପର୍କରେ ଖବର ଜଣାଇଦେଇଥିଲା। କିନ୍ତୁ ପୁଲିସ ଟିମ୍ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇ ସାରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ହିଂସା ଏତେ ଅସମ୍ଭାଳ ଥିଲା ଯେ, ସେମାନେ ପୁଲିସ ଉପରକୁ ଢେଲା ପଥର ମାଡ କରିଥିଲେ। ଏଥିରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ପୁଲିସ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories