www.samajalive.in
Monday, December 8, 2025
24.1 C
Bhubaneswar

ରବିବାରକୁ ଜଗିଛି ପୁଲିସ ; ଆଇଁଷ କିଣିବାକୁ ଯାଉଥିଲେ ସାବଧାନ

ଭୁବନେଶ୍ବର (ବ୍ୟୁରୋ) : କରୋନା ଯୋଗୁଁ ସାମାଜିକ ଦୂରତ୍ବକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ବଜାରକୁ ଗାଡ଼ିମୋଟର ଧରିଯିବାକୁ ବାରଣ କରାଯାଇଛି । ବାହାରକୁ ବାହାରିବା ମାତ୍ରେ ମୁହଁରେ ମାସ୍କ, ଗାମୁଛା ବା ରୁମାଲ ଭିଡ଼ିବା ଜରୁରୀ । ବାହାରେ ଛେପ ପକାଇବାକୁ ମନା ହୋଇଛି । ଏହା ସତ୍ତ୍ବେ ଶୁକ୍ରବାର ରାଜଧାନୀର ଆଇଁଷ ବଜାରରେ ଲୋକଙ୍କ ବେଶ୍ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସକାଳେ ବିଭିନ୍ନ ବଜାରରେ ପୁଲିସ ଚଢ଼ଉ କରି କିଛି ଲୋକଙ୍କଠାରୁ ଜୋରିମାନା ଆଦାୟ କରିଛି । କିଛି ଲୋକଙ୍କ ଗାଡ଼ି ଜବତ ମଧ୍ୟ ହୋଇଛି । ଏହି ସ୍ଥିତିରେ ରବିବାରକୁ ଜଗିଛି ପୁଲିସ । ସରକାରୀ ନିୟମ ଭାଙ୍ଗି ଆଇଁଷ ବଜାରକୁ ଯାଉଥିବା ଓ ଭିଡ଼ ଜମାଉଥିବା ଲୋକଙ୍କୁ ପାନେ ଦେବାକୁ ଚାହିଁ ବସିଛି । ତେଣୁ ଆଇଁଷ କିଣିବାକୁ ଯାଇ ଆଇନ ନ ଭାଙ୍ଗିବାକୁ ପୁଲିସ ପରାମର୍ଶ ଦେଇଛି । ଯେଉଁମାନେ ଆଇନ ଭାଙ୍ଗିବେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ ସତର୍କ କରାଇ ଦେଇଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories