www.samajalive.in
Sunday, December 14, 2025
26.1 C
Bhubaneswar

ଆମେରିକାରେ କରୋନା ଖାଇଲାଣି ୩୦ ହଜାର ମୁଣ୍ଡ, ୨୧୦ ଲକ୍ଷ ଚାକିରି

ୱାଶିଂଟନ: କରୋନା ଯୋଗୁଁ ସାରା ବିଶ୍ବରେ ସବୁଠୁ ପ୍ରଭାବିତ ହୋଇଛି ଆମେରିକା । ଏହି ଦେଶରେ ସଂକ୍ରମିତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାରା ବିଶ୍ବରେ ୧.୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ କେବଳ ଆମେରିକାରେ ଏହି ସଂଖ୍ୟା ୩୦ ହଜାର ଅତିକ୍ରମ କରିଛି । ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ଏଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ କଟୁ ସମାଲୋଚନା କରିବା ସହ ଆର୍ଥିକ ସହାୟତା ବନ୍ଦ କରି ଦେଇଛନ୍ତି ।

ସହର             ମୃତ୍ୟୁସଂଖ୍ୟା

- Advertisement -

ନ୍ୟୁୟର୍କ             ୧୫୬୪୫

ନ୍ୟୁଜର୍ସି              ୩୧୫୬

ମାସେଚ୍ୟୁସେଟ୍ସ      ୧୧୦୮

ମିଚିଗାନ               ୮୮୯

ଲ୍ୟୁସିନିଆ           ୧୧୦୩

ଏହାବ୍ୟତୀତ ଜର୍ଜିଆ, ଟେକ୍ସାସ, ଫ୍ଲୋରିଡ଼ା, କାଲିଫର୍ଣିଆ ଆଦି ସହରରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବିବିସି ରିପୋର୍ଟ ଅନୁସାରେ  ଆମେରିକାରେ କରୋନା ଯୋଗୁଁ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଗତ ୪ ସପ୍ତାହ ମଧ୍ୟରେ ଆମେରିକାରେ ୨୧୦ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ଏହା ଆମେରିକା ଇତିହାସରେ ସବୁଠାରୁ ବଡ଼ ରେକର୍ଡ଼ ଭାବରେ ଉଭା ହୋଇଛି । ଆମେରିକା ଶ୍ରମ ବିଭାଗ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁସାରେ ଏପ୍ରିଲ ୧୧ ପର୍ଯ୍ୟନ୍ତ ଗୋଟିଏ ସପ୍ତାହରେ ୫୫ ଲକ୍ଷ ଓ ଏହାର ପୂର୍ବ ସପ୍ତାହରେ ୬୬ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି । ଆମେରିକାରେ ଆଉ ୫୨ ଲକ୍ଷ ଲୋକ ବେକାରୀ ଭତ୍ତା ପାଇଁ ଆବେଦନ କରିଛନ୍ତି ।   ଗୋଟିଏ ସପ୍ତାହମଧ୍ୟରେ ଏତେ ସଂଖ୍ୟକ ଲୋକ ବେକାରୀ ଭତ୍ତା ଆବେଦନ କରିବା ପ୍ରଥମ ଘଟଣା। ଗତ ଏକ ମାସ ମଧ୍ୟରେ ୨୦ ନିୟୁତ ଲୋକ ବେକାରୀ ଭତ୍ତା (ଅନ୍ ଏମ୍ପ୍ଲୟମେଣ୍ଟ ଆଲାଉନ୍ସ) ପାଇଁ ଆବେଦନ କରିଛନ୍ତି । ବିଭିନ୍ନ ସହରର ଖାଦ୍ୟ ବ୍ୟାଙ୍କ (ଫୁଡ଼୍ ବ୍ୟାଙ୍କ) ସମ୍ମୁଖରେ ଲୋକଙ୍କର ଲମ୍ବା ଧାଡ଼ି ଲାଗିଛି ।

କାରରେ ଧାଡ଼ି ବାନ୍ଧି ଘଣ୍ଟାଘଣ୍ଟା ଲୋକମାନେ ଅପେକ୍ଷା କରୁଛନ୍ତି । ପୁରା ଆମେରିକା କରୋନା ଦ୍ବାରା କବଳିତ ହୋଇ ସାରିଛି ଏବଂ କୌଣସି ନା କୌଣସି କାରଣ ଯୋଗୁଁ ଲକ୍ଡ଼ାଉନର ସମ୍ମୁଖୀନ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ଦେଶରେ ବେକାରୀ ୨୦% ଅତିକ୍ରମ କରିବାର ଆଶଙ୍କା ସୃଷ୍ଟି ହୋଇଛି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories