www.samajalive.in
Friday, December 12, 2025
16.1 C
Bhubaneswar

କରୋନା ପରୀକ୍ଷା ନିମନ୍ତେ ଅଧିକ ଟେଷ୍ଟ କିଟ୍ କିଣିବାକୁ ମନ୍ତ୍ରୀସମୂହଙ୍କ ସୁପାରିଶ

ଭୁବନେଶ୍ବର (ବ୍ୟୁରୋ): ସବୁ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କରୋନା ପରୀକ୍ଷା ସୁବିଧା ସହ ଅଧିକ ପରୀକ୍ଷା କିଟ୍ (ଟେଷ୍ଟିଂ କିଟ୍) କିଣିବା ପାଇଁ ସରକାରଙ୍କୁ ସୁପାରିସ କରିଛି ମନ୍ତ୍ରୀସ୍ତରୀୟ କମିଟି । ଏହା ସହ ଏହି ପରୀକ୍ଷାକେନ୍ଦ୍ରଗୁଡ଼ିକର ଆବଶ୍ୟକତା ଅନୁସାରେ ଅଧିକ ଅସ୍ଥାୟୀ କମିଟି ନିଯୁକ୍ତି ପାଇଁ ମଧ୍ୟ ମନ୍ତ୍ରୀମାନେ ପରାମର୍ଶ ଦେଇଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ବୈଠକ ପରେ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ  ପ୍ରତାପ ଜେନା କହିଛନ୍ତି ଯେ ଅଧିକ ବର୍ତମାନ ପରିସ୍ଥିତିରେ ଆବଶ୍ୟକତା ଅନୁସାରେ ଅଧିକ ଆଣ୍ଟିବାୟୋଟିକ୍ ଔଷଧ ଗଚ୍ଛିତ ରଖିବାକୁ ଗୁରୁତ୍ବ ଦିଆଯାଇଛି । ଆଜିଥ୍ରୋମାଇସିନ ପରି ଔଷଧ ସହ ଟେଷ୍ଟିଂ କିଟ୍ କିଣିବାକୁ ବୈଠକରେ ମନ୍ତ୍ରୀମାନେ ଗୁରୁତ୍ବ ଦେଇଛନ୍ତି । ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ କିଭଳି ଅଧିକ ମ୍ୟାନ ପାୱାର ନିୟୋଜିତ ହୋଇପାରିବେ ସେନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଅଙ୍ଗନଓ୍ବାଡି, ଆଶାକର୍ମୀ, ଏଏନଏମ  ଓ ଡାକ୍ତରମାନଙ୍କୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ବ ଦିଆଯାଇଛି ବୋଲି  ପ୍ରତାପ ଜେନା କହିଛନ୍ତି।

- Advertisement -

ଗୋଷ୍ଠୀଗତ ପରୀକ୍ଷା ନିମନ୍ତେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଅନ୍ୟପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଗାମୀ ଦିନରେ ଗୋଷ୍ଠୀଗତ କରୋନା ପରୀକ୍ଷା କରିବା ନିମନ୍ତେ ମନ୍ତ୍ରୀସ୍ତରୀୟ କମିଟି ପ୍ରସ୍ତାବ ଦେଇଛନ୍ତି  । ଏହା ସହ ରାଜ୍ୟର ସବୁ ମେଡିକାଲ କଲେଜରେ କିପରି କୋଭିଡ ଟେଷ୍ଟ ହୋଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି  ବୋଲି ସେ କହିଛନ୍ତି ।  ଅନ୍ୟପକ୍ଷରେ ରାଜ୍ୟରେ ଏନଡ଼ିଆରଏଫ୍  ଢାଞ୍ଚାରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ସ୍ଥାପନ ନିମନ୍ତେ  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।  ବିଭିନ୍ନ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ନେଇ ରାଜ୍ୟର ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ୍‌ଙ୍କୁ କିପରି ତାଲିମ ଦିଆଯିବ ସେ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ଏହି ଅବସରରେ ପ୍ରସ୍ତାବ ରଖାଯାଇଥିବା ସୂଚନା ମିଳିଛି । 

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories