www.samajalive.in
Wednesday, December 10, 2025
16.1 C
Bhubaneswar

ମଙ୍ଗଳାବାଗ ପୁଲିସର ମାନବିକତା – ପୁଅକୁ ଖୋଜୁଥିବା ମା’କୁ ସାହାଯ୍ୟ କଲେ

କଟକ: ଦୁର୍ଘଟଣାରେ ଆହତ ପୁଅକୁ ଖୋଜି ଖୋଜି ସୁନ୍ଦରଗଡ଼ରୁ ଚାଲି ଚାଲି ବୁଧବାର କଟକ ବଡ଼ମେଡିକାଲରେ ପହଞ୍ଚି ଥିଲେ ମା’। ପୁଅକୁ ନ ପାଇ ତିନିଦିନ ଧରି ଅସହାୟ ଅବସ୍ଥାରେ ଝିଅକୁ ଧରି ଭୋକଉପାସରେ ପଡି ରହିଥିବା ଉକ୍ତ ମହିଳାଙ୍କୁ ଖାଇବା ପିଇବାର ବନ୍ଦୋବସ୍ତ କରାଇଥିଲା ପୁଲିସ। ମହିଳାଙ୍କୁ ନେଇ ପୁଅକୁ ଠାବ କରିବାରେ ସହାୟତା କରିଥିଲା ପୁଲିସ। ବିଭିନ୍ନ ୱାର୍ଡ ବୁଲିଥିଲେ ହେଁ ତାକୁ ପାଇବାରେ ସମର୍ଥ ହୋଇନଥିଲା। ପୁଲିସ ମହିଳାଙ୍କୁ ବହୁ ବୁଝାସୁଝା କରି ଏକ ଗାଡ଼ିରେ ଝିଅ ସହିତ ସୁନ୍ଦରଗଡ ପଠାଇଥିଲା। ମଙ୍ଗଳାବାଗ ପୁଲିସର ଏଭଳି ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଘଟଣା ଅନୁଯାୟୀ ବବିତା ଅଞ୍ଜଳି କରଙ୍କ ଘର ସୁନ୍ଦରଗଡ଼ ଜିଲା ଚୁନିପଡ଼ା ଥାନା ଅନ୍ତର୍ଗତ ଟେନଶା ଅଞ୍ଚଳରେ। ସେ ତାଙ୍କ ପରିବାର ସହ କେନ୍ଦୁଝରରେ ରହି ମୌତ କା କୁଆଁ ଖେଳ ପ୍ରଦର୍ଶନ କରୁଥିଲେ। ଦୁର୍ଘଟଣାରେ ତାଙ୍କ ସ୍ୱାମୀ ଅମିତ କୁମାର କର ପ୍ରାଣ ହରାଇଥିଲେ। ଅଞ୍ଜଳି ମୂଳଗ୍ରାମ ଟେନଶାକୁ ଫେରି ଆସିଥିଲେ। ତାଙ୍କର ଗୋଟିଏ ପୁଅ ଓ ଝିଅ ରହିଥିବା ବେଳେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ଚା’ଦୋକାନ କରିଥିଲେ। ପୁଅ କେନ୍ଦୁଝରରେ ରହି ଦୋଳି ମିସ୍ତ୍ରୀ ଭାବେ କାର୍ୟ୍ୟ କରନ୍ତି। ଅଞ୍ଜଳି ତହସିଲଦାରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନସନରେ ବସିଥିବା ବେଳେ ୬ତାରିଖରେ ତାଙ୍କ ନିକଟକୁ ଏକ ଫୋନ କଲ୍‍ ଆସିଥିଲେ। ଫୋନ କରିଥିବା ବ୍ୟକ୍ତିଜଣକ କହିଲେ ଯେ ତୁମ ପୁଅ ଦୁର୍ଘଟଣାରେ ଗୁରୁତର ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି କଥା ଶୁଣିବା ପରେ ସେ ପୁଅ ପାଖକୁ ଯିବା ପାଇଁ ଉଦ୍ୟମ କରିଥିଲେ। ଲକ୍‍ଡାଉନ ଯୋଗୁଁ ସେଠାରେ ପହଞ୍ଚିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା। ସେ ଝିଅକୁ ଧରି ତିନିଦିନ ଧରି ଚାଲି ଚାଲି କେନ୍ଦୁଝର ମେଡିକାଲରେ ପହଞ୍ଚିଥିଲେ। ମେଡିକାଲ କର୍ମଚାରୀଙ୍କୁ ପଚରାଉଚୁରା କରିବା ପରେ ପୁଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ କଟକ ବଡମେଡିକାଲ ପଠାଇ ଦିଆଯାଇଥିବା ଜାଣିବାକୁ ପାଇଥିଲେ। ଅଞ୍ଜଳି ସେଠାରୁ ଚାଲିଚାଲି ଆସି କଟକରେ ପହଞ୍ଚିଥିଲେ। ୧୩ତାରିଖରେ ସେ ବଡ଼ମେଡିକାଲରେ ପହଞ୍ଚିଥିଲେ। ଦୁଇଦିନ କାଳ ଏଠାରେ ପୁଅର ଖୋଜଖବର ନେବା ସହିତ ଭୋକଉପାସରେ ଝିଅକୁ ଧରି ପଡି ରହିଥିଲେ। ଏହି ଘଟଣା ସଂପର୍କରେ ଖବର ପାଇବା ପରେ ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ସଂପୃକ୍ତ ମହିଳାଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ପ୍ରଥମେ ମହିଳା ଓ ତାଙ୍କ ଝିଅର ଖାଇବାର ବ୍ୟବସ୍ଥା କରାଇଥିଲେ। ତାଙ୍କୁ ଧରି ବିଭିନ୍ନ ୱାର୍ଡ ବୁଲିବା ସହିତ ଡାକ୍ତର ଓ କର୍ମଚାରୀଙ୍କୁ ପଚାରିଥିଲେ। କେନ୍ଦୁଝର ମେଡିକାଲରୁ କୌଣସି ଦୁୁର୍ଘଟଣାଗ୍ରସ୍ତ ଯୁବକ ଏଠାକୁ ଆସି ନ ଥିବା ଜାଣିବାକୁ ପାଇଥିଲେ। ପୁଲିସ ମହିଳାଙ୍କୁ ବହୁ ବୁଝାସୁଝା କରିବା ସହିତ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଦେଇ ଗାଡି କରି ତାକୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ। ସେ ଘରକୁ ନ ଯାଇ କେନ୍ଦୁଝର ମେଡିକାଲରେ ପୁଅକୁ ଆଉ ଥରେ ଖୋଜିବା ପାଇଁ ପୁଲିସକୁ ଗୁହାରି କରିଥିଲେ। ସେଠାକାର ପୁଲିସ ସହିତ ଯୋଗାଯୋଗ କରାଯିବା ପରେ ପୂର୍ବାହ୍ଣ ୧୧ଟାରେ ମହିଳା ଓ ତାଙ୍କ ଝିଅକୁ ଗାଡିରେ ସେଠାକୁ ପଠାଇ ଦେଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories