www.samajalive.in
Sunday, December 14, 2025
26.1 C
Bhubaneswar

ମେକ୍‍ ଇନ୍‍ ଇଣ୍ଡିଆକୁ ଧକ୍କା: ବନ୍ଦ ହେବ ୩୦% କମ୍ପାନୀ

ନୂଆଦିଲ୍ଲୀ: ପ୍ରାୟ ୩୦% କମ୍ପାନୀ ବନ୍ଦ ହେବାକୁ ଯାଉଛି। ଗତ ଦୁଇ ବର୍ଷ ଭିତରେ ଏହି ସବୁ କମ୍ପାନୀଙ୍କ ବାର୍ଷକ କାରବାର ପରିମାଣ ଶୂନ ରହିଛି। ଅର୍ଥାତ କମ୍ପାନୀ କାରବାର ଆଦୌ ହୋଇନାହିଁ। ତେଣୁ ସେହି ସବୁ କମ୍ପାନୀର ପଞ୍ଜିକରଣ ବାତିଲ ଓ ଅନୁମୋଦନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ‘ମେକ୍‍ ଇନ୍‍ ଇଣ୍ଡିଆ’ରେ ଦେଶରେ ନୂଆ ଶିଳ୍ପ ପ୍ରତିଷ୍ଠା ଓ ଉତ୍ପାଦନ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ବେଳେ ୩୦% କମ୍ପାନୀ ବନ୍ଦ ହେବା ଘଟଣା ଦେଶର ଶିଳ୍ପାୟନ ସ୍ୱପ୍ନ ପ୍ରତି ଏକ ଧକ୍କା ବୋଲି କୁହାଯାଉଛି।
କମ୍ପାନୀ ଆଇନ୍‍ ଧାରା ୨୪୮ ଆଧାରରେ ସେହି ସବୁ କମ୍ପାନୀକୁ ବନ୍ଦ ନୋଟିସ୍‍ ଦେବା ପାଇଁ କେନ୍ଦ୍ର ଶିଳ୍ପ ବ୍ୟାପାର ମନ୍ତ୍ରାଳୟ ଯୋଜନା କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ ୨.୨୫ ଲକ୍ଷ କମ୍ପାନୀକୁ ମନ୍ତ୍ରାଳୟ ବନ୍ଦ ନୋଟିସ ଦେଇଛି। ‘ମେକ୍‍ ଇନ୍‍ ଇଣ୍ଡିଆ’ ଘୋଷଣା ହେବା ପରେ ୨୦୧୭ ଡିସେମ୍ବର ସୁଦ୍ଧା ୧୭ ଲକ୍ଷ କମ୍ପାନୀ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ଏବେ ୧୧.୪ ଲକ୍ଷ କମ୍ପାନୀ ସକ୍ରିୟ ଅଛନ୍ତି। ବିମୁଦ୍ରାକରଣ ପରେ ଅନେକ ଜାଲ୍‍ କମ୍ପାନୀ ସୃଷ୍ଟି ହୋଇଥିଲା। ସେଥିମଧ୍ୟରୁ ୧୬ ହଜାର କମ୍ପାନୀଙ୍କୁ ଠାବ କରାଯାଇଥିବା ବେଳେ ୮୦ ହଜାର କମ୍ପାନୀ ସନ୍ଦେହ ତାଲିକାରେ ଅଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories