ଲକ୍ଡାଉନରେ ଜୁଆଖେଳ – କନ୍ଷ୍ଟେବଲ ସମେତ ୬ ଗିରଫ
ନୂଆପଡ଼ା: କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ନୂଆପଡ଼ା ସହର ଭିତରେ ଜୁଆଖେଳ ଦିନକୁ ଦିନ ବଢିବାରେ ଲାଗିଛି। ସଦର ପୁଲିସ ସ୍ଥାନୀୟ ବ୍ଲକ କଲୋନୀ ସନ୍ତୋଷୀ ମନ୍ଦିର ନିକଟ ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ଦୁଇ ଜଣ କିରାଣୀ, ଜଣେ ପୁଲିସ କନ୍ଷ୍ଟେବଲ ସମେତ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୫୯୦୦ ଟଙ୍କା, ୨ଟି ବାଇକ୍, ୩ଟି ମୋବାଇଲ୍ ଫୋନ ଜବତ କରାଯାଇଛି। ଏହି ଘଟଣା ପରେ ଏସ୍ପି ବିନିତ ଅଗ୍ରୱାଲ ଅଭିଯୁକ୍ତ କନ୍ଷ୍ଟେବଲକୁ ନିଲମ୍ବନ କରିଛନ୍ତି।
ସେଥିରେ ସିନାପାଲି ଥାନା ନଦିଗାଁର ବାସିନ୍ଦା ତଥା ଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ ବଦନ ତାଣ୍ଡି(୫୩), ଜୋଙ୍କ ଥାନା ଜାମପାଣି ଗାଁର ବାସିନ୍ଦା ତଥା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ) କନିଷ୍ଠ କିରାଣୀ ମୋହନ ପ୍ରଧାନ(୪୫), ଖଡ଼ିଆଳ ଥାନା କୁଲିଗାଁର ବାସିନ୍ଦା ତଥା ଜୋଙ୍କ ଥାନା କାର୍ଯ୍ୟରତ କନ୍ଷ୍ଟେବଲ ସୁଧିର ଶବର (୪୫), ବ୍ଲକ କଲୋନୀର ଟିକମନ ଭୋଇ, ନୀଳଶୈଳ ନଗରର ସନ୍ତୋଷ ପୁଂଜି (୩୧), ଇନ୍ଦ୍ରା କଲୋନୀର ପରମେଶ୍ୱର ସେଠଙ୍କୁ ଗିରଫ କରିଥିଲେ। ଏନେଇ ସଦର ଥାନାରେ ଏକ ମାମାଲ ରୁଜୁ କରି ୬ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଆଇଆଇସି ଆଦିତ୍ୟ ମହାକୁଡ ସୂଚନା ଦେଇଛନ୍ତି।
Comments are closed.