www.samajalive.in
Saturday, December 13, 2025
26.1 C
Bhubaneswar

ଗୁଣି ଗାରେଡି ସନ୍ଦେରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଗିରଫ

ବାରିପଦା: ବାରିପଦାଠାରୁ ୧୨ କି.ମି ଦୂର ଚାନ୍ଦୁଆ ଥାନା ଇଲାକା ମାଙ୍କଡକେନ୍ଦା ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡରେ ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ମୃତକଙ୍କ ଦୁଇ ସାବତ ଭାଇ ସମେତ ୪ ଜଣ ଗିରଫ ହୋଇ ଜେଲ ଯାଇଛନ୍ତି । ସେମାନେ ହେଲେ ଦୁଇ ସାବତ ଭାଇ ଶିବ ସିଂ ଓ ଧୁନ ସିଂଙ୍କ ସହିତ ହତ୍ୟା ଘଟାଇଥିବା ଅଭିଯୁକ୍ତ ଶୁଳିଆପଦା ଥାନା ଇଲାକାର ପଣ୍ଡୁଶୋଳ ଗ୍ରାମର ବିବେକାନନ୍ଦ ହାଁସଦା ଓ ସାଥୀ ଅଭିଯୁକ୍ତ ମାରାଂତାଣ୍ଡି ଗ୍ରାମ ଦାସ୍‌ମତ ମାର୍ଣ୍ଡି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଘରୋଇ କଳିକୁ ନେଇ ଗୁଣି ଗାରେଡି କରୁଥିବା ସନ୍ଦେହରେ ସନୁ ସିଂ(୩୫)ଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିଲା । ଯୋଜନା ଅନୁଯାୟୀ ମୃତକଙ୍କ ସାବତ ଭାଇ ମୁଖ୍ୟ ଅଭିଯୁକ୍ତ ଶିବ ସିଂ ଏହି ହତ୍ୟା କାଣ୍ଡ ସକାଶେ ୧୮ ହଜାର ଟଙ୍କା ଦେଇ ଶୁଳିଆପଦା ଥାନା ଇଲାକାର ପଣ୍ଡୁଶୋଳ ଗ୍ରାମର ବିବେକାନନ୍ଦ ହାଁସଦାଙ୍କୁ ନିୟୋଜିତ କରିଥିଲା । ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଧାରୁଆ ଅସ୍ତ୍ର ରକ୍ତାକ୍ତ କଟୁରୀକୁ ପୁଲିସ ମୁଖ୍ୟ ଅଭିଯୁକ୍ତ ଶିବ ସିଂଙ୍କ ଘରୁ ଜବତ କରିଛି । ଏହି ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କୁ ଚାନ୍ଦୁଆ ଥାନା ପୁଲିସ ଦ୍ୱାରା ଶନିବାର ଦିନ ବାରିପଦା କୋର୍ଟକୁ ଚାଲାଣ କରାଯିବା ପରେ ବାରିପଦା ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories