www.samajalive.in
Sunday, December 7, 2025
23.1 C
Bhubaneswar

ବାଲେଶ୍ଵର ଓ ଜୟପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

ସମାଜ ପୋର୍ଟାଲ ଡେସ୍କ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରୟାସ ଜାରି ରଖିଛନ୍ତି । ଏହାର ଫଳସ୍ୱରୂପ ସୋମବାର ରାଜ୍ୟର ବାଲେଶ୍ୱର ଓ ଜୟପୁରରେ ଗୋଟିଏ ଲେଖାଏଁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଜୟପୁରରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍ ହସ୍ପିଟାଲରେ ବେଡ଼୍ ସଂଖ୍ୟା ୧୫୦ ଥିବା ବେଳେ ବାଲେଶ୍ୱରରେ କାର୍ଯ୍ୟକ୍ଷମ କୋଭିଡ୍ ହସ୍ପିଟାଲରେ ୧୨୦ଟି ବେଡ୍ ଥିବା ସୂଚନା ଦିଆଯାଇଛି ।

କୋରାପୁଟର ଜୟପୁରରେ କାର୍ଯ୍ୟକ୍ଷମ ଏହି କୋଭିଡ୍ ହସ୍ପିଟାଲକୁ ସହରର ପୁରୁଣା ମେଡ଼ିକାଲରେ ପ୍ରସ୍ତୁତ କରାଯାଇଛି । ଜିଲ୍ଲା ମେଡ଼ିକାଲ୍ ହେବା ପରେ ଏହିଠାରେ କେବଳ ରକ୍ତଭଣ୍ଡାର ଓ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟ କରୁଥିଲା, ଅନ୍ୟ ଅଂଶଗୁଡ଼ିକ ଭୂତ କୋଠି ପରି ପଡିରହିଥିଲା । ଯାହାକୁ କାର୍ଯ୍ୟରେ ଲଗାଇବା ପାଇଁ ସାନିଟାଇଜ୍ କରି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଥିଲା ।

- Advertisement -

ଅନ୍ୟପଟେ ବାଲେଶ୍ଵର କୁରୁଡ଼ାସ୍ଥିତ ଜ୍ୟୋତି ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରାଯାଇଛି। ଜ୍ୟୋତି ହସ୍ପିଟାଲ୍ ଦ୍ବାରା ପରିଚାଳିତ ଏହି କୋଭିଡ୍‌-୧୯ ହସ୍ପିଟାଲକୁ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଅନୁଦାନ ଦେଇଛି । ଏହି ହସ୍ପିଟାଲରେ ୧୦୦ଟି ବେଡ୍ ସହ ୨୦ଟି ଭେଣ୍ଟିଲେଟର ଥିବା ଆଇସିୟୁ ବେଡ୍ ରହିଛି । ଏହାଛଡ଼ା ୮ଟି ଏଚଡିୟୁ ବେଡ୍ ରହିଥିବା ଜଣାଯାଇଛି।

ଏହି କୋଭିଡ୍ ହସ୍ପିଟାଲଗୁଡ଼ିକରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ତେଣୁ ସବୁ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଝାରସୁଗୁଡ଼ାରେ ମଧ୍ୟ ଏକ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ କାର୍ୟ୍ୟ ଜାରି ରହିଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories