www.samajalive.in
Friday, December 12, 2025
27.1 C
Bhubaneswar

ଲକ୍ଷଣ ପ୍ରକାଶ ନ ପାଇଲେ ୨୮ଦିନ କ୍ବାରେଣ୍ଟାଇନରେ ରହିପାରିବେ: ଡ଼ା. ଜୟନ୍ତ ପଣ୍ଡା

ଭୁବନେଶ୍ବର (ଦେବୀପ୍ରସାଦ ମହାନ୍ତି) : ବିଶ୍ୱବ୍ୟାପୀ  କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡାଉନ କରିବା ସହିତ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନେବା ପାଇଁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଯେଉଁମାନଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ଦେଖାଦେଉଛି ସେମାନଙ୍କୁ ସରକାରୀ ନିୟମ ଅନୁସାରେ ୧୪ ଦିନର କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି । ହେଲେ ନିକଟରେ କିଛି ଘଟଣା ଦେଖିଲେ ଜଣାପଡ଼ୁଛି ଯେ   ଲକ୍ଷଣ ପ୍ରକାଶ ନ ପାଇଲେ ମଧ୍ୟ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପାରିବ । ଚୀନ ଓ ଦକ୍ଷିଣ କୋରିଆରେ ଏପରି କିଛି ଘଟଣା ଦୃ​‌ଷ୍ଟିକୁ ଆସିଛି । ବର୍ତ୍ତମାନ ସମୟରେ ଏହା ସବୁଠାରୁ ବଡ଼ ସମସ୍ୟା ଭାବରେ ଉଭା ହୋଇଛି ଓ ଡ଼ାକ୍ତରମାନଙ୍କ ପାଇଁ ଆହ୍ବାନ ପାଲଟିଛି ।  ଯଦି ଆପଣ ୧୪ ଦିନର କ୍ବାରେଣ୍ଟାଇନରେ ରହିଲାପରେ ମଧ୍ୟ  ଲକ୍ଷଣ ଜଣାପଡୁ ନାହିଁ ତେବେ  ୨୮ ଦିନର କ୍ବାରେଣ୍ଟାଇନରେ ରହିପାରିବେ ବୋଲି ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । ଏହାସହ କରୋନା ରୋଗୀର ମୃତଦେହର ଅନ୍ତିମ ସଂସ୍କାର ନିୟମାବଳୀ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି । ପ୍ରଥମେ ଉକ୍ତ ମୃତଦେହକୁ ବିଶୋଧନ କରାଯିବ। ପରେ କିଛି ରାସାୟନିକ ତରଳ ପଦାର୍ଥ ଦ୍ବାରା ଏକ ବ୍ୟାଗରେ ଭର୍ତ୍ତି କରାଯାଇ ଭଲଭାବରେ ସିଲ କରାଯିବ। ବ୍ୟାଗ ସହିତ ତାଙ୍କ ମୃତଦେହକୁ ଶେଷକ୍ରିୟା କରାଯିବ ।  ଏହି ସମୟରେ ପରିବାରଲୋକଙ୍କ ମଧ୍ୟରୁ ସର୍ବାଧିକ ୨ ଜଣ ରହିପାରିବେ । କେହି ମୃତ ବ୍ୟକ୍ତିଙ୍କ ଶରୀରକୁ ଛୁଇଁ ପାରିବେ ନାହିଁ ବୋଲି ସରକାର ନିୟମାବଳୀ ପ୍ରଣୟନ କରିଛନ୍ତି । ଅନ୍ୟ ଦେଶରେ ମଧ୍ୟ ସମାନ ପଦ୍ଧତି ଅନୁସରଣ କରାଯାଉଛି । ଚୀନରେ ମୃତକମାନଙ୍କୁ ସମୂହ ସମାଧି ଦିଆଯାଉଥିବା ଦୃଷ୍ଟାନ୍ତ ରହିଛି । ଆମେରିକାରେ ଲୋକମାନଙ୍କୁ ଏକ ସ୍ଥାନରେ ‘ବଡ଼ି ବକ୍ସ’ ସହ ମଧ୍ୟ ପୋତି ଦିଆଯାଉଥିବା ଭିଡ଼ିଓ ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶିତ ହେଉଛି । ଓଡ଼ିଶାରେ ରାଜ୍ୟ ସରକାରଙ୍କ କୋବିଦ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ଲୋକଙ୍କ ଶବକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତରିତ କରିବାକୁ ସେ ପରାମର୍ଶ ଦେଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସେମାନଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟ ୫୪ ରହିଛି । ସେଥିମଧ୍ୟରୁ  ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ।  ମୃତ କରୋନା ରୋଗୀ ଜଣଙ୍କ ହେଉଛନ୍ତି ଭୁବନେଶ୍ବରସ୍ଥିତ ଝାରପଡା ଅଞ୍ଚଳର । ଏପ୍ରିଲ ୬ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିବାବେଳେ ସରକାରୀ ବିଧିବଧ ଭାବେ ୭ତାରିଖ ( ମଙ୍ଗଳବାର) ଦିନ ତାଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଥିଲା । ସେ ଭୁବନେଶ୍ବରର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳଙ୍କୁ ତାଙ୍କ ବୟସ ୭୨ ହୋଇଥିବା ନେଇ  ସ୍ବାସ୍ଥ୍ୟବିଭାଗ ଟ୍ବିଟ କରି ଜଣାଇଥିଲେ।

- Advertisement -

 

 

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories