ଭୁବନେଶ୍ବର (ବ୍ୟୁରୋ) : ଦିନକୁ ଦିନ ବଢ଼ୁଛି ତାତି । ରବିବାର ତାପମାତ୍ରା ରାଜ୍ୟରେ ତୀବ୍ର ଅନୁଭୂତ ହୋଇଛି । ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ର ତାପମାତ୍ରା ରବିବାର ୪୧ ଡ଼ିଗ୍ରୀ ଅତିକ୍ରମ କରିଛି । ସେହିପରି ଚାନ୍ଦବାଲି, କଟକ, ଭୁବନେଶ୍ବର, ତାଳଚେର, ଭବାନୀପାଟଣା, ବଲାଙ୍ଗୀର, ମାଲକାନଗିରି, ସୋନପୁର, ବୌଦ୍ଧ ଆଦି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିଛି ।


