ଶନିବାର ରାଶିଫଳ
ମେଷ: ନୂତନ ପରିବେଶରେ କାର୍ଯ୍ୟ କରିବେ। ବନ୍ଧୁ ସୁଖ ମିଳିପାରେ। ଆରୋଗ୍ୟ ହେବେ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ସମ୍ମାନିତ ହେବେ। ମିଥ୍ୟା ଅଭିଯୋଗ ପାଇଁ ଅଭିଯୋଗକାରୀ ଉପରେ ପ୍ରତିଶୋଧ ନେବେ।
ବୃଷ: ଦିନ ସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ପରିଶ୍ରମ ମୂଲ୍ୟାଙ୍କନ ହେବ। ଚିନ୍ତାଦୂର ହେବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଉନ୍ନତି ପଥରେ ଆଗକୁ ବଢ଼ିବେ।
ମିଥୁନ: ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ। ଲୋଭଗ୍ରସ୍ତ ହୋଇପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ଅର୍ଥ ସଞ୍ଚୟ କରିପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କାର୍ଯ୍ୟ କଲେ ଭୁଲ ମାର୍ଗ ଅନୁସରଣ କରିବାକୁ ପଡ଼ିପାରେ।
କର୍କଟ: ଗୃହ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ବୁଦ୍ଧି ଚାଳନା କରି କାର୍ଯ୍ୟ ସମ୍ପାଦନ କରିବେ। ମାନ୍ୟତାପ୍ରାପ୍ତିର ସୂଚନା ମିଳୁଛି। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ପାରିବାରିକ ଶାନ୍ତି ମିଳିବ। ଶୁଭ ଖବର ପାଇ ଖୁସି ହେବେ।
ସିଂହ: ପରିଶ୍ରମ କରି କାର୍ଯ୍ୟ ହାସଲ କରିବେ। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ଚେଷ୍ଟାରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ଶେଷରେ ସଫଳତା ଲାଭ କରିବେ। ସ୍ନେହପୂର୍ଣ୍ଣ କଥାବାର୍ତ୍ତାରେ ସମସ୍ତଙ୍କୁ ବଶ କରି କାର୍ଯ୍ୟ ହାସଲ କରିବେ।
କନ୍ୟା: କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଆୟ ପରିମାଣ ବୃଦ୍ଧି ପାଇବ। ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହ ଚାଲିବ। କର୍ମକ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତ ହେବେ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ବିଭାଗୀୟ ଅର୍ଥ ମିଳିବ।
ତୁଳା: କର୍ତ୍ତବ୍ୟ ନିଷ୍ଠ ହେବେ। ମନରେ ସେବା ଭାବନା ଜାଗ୍ରତ ହୋଇପାରେ। ସୁପରାମର୍ଶ ପାଇବେ ଓ ସୁପରାମର୍ଶ ଦେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ସତ୍ସଙ୍ଗୀ ହେବେ। କର୍ମକ୍ଷେତ୍ରରେ ଶୁଭଫଳ ମିଳିବ। ସଂଗଠନକୁ ଦୃଢ଼ କରିବେ।
ବିଛା: କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ଅଭୀଷ୍ଟ ପୂରଣ ହେବ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତୁ।
ଧନୁ: କେତେକ ସ୍ୱାର୍ଥନ୍ୱେସୀ ବ୍ୟକ୍ତିଙ୍କ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ସମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମକର: ଯାତ୍ରା ଆନନ୍ଦଦାୟକ ହୋଇପାରେ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ସର୍ବତ୍ର ସୁଖ ଆଶା କରାଯାଏ। କର୍ମକ୍ଷେତ୍ରରୁ ଆଶାନୁସାରେ ଫଳପ୍ରାପ୍ତ ହେବେ। ପାରିବାରିକ ଶାନ୍ତି ମିଳିବ। ଧର୍ମ ଅନୁଷ୍ଠାନର ନେତୃତ୍ୱ ନେଇ ଚଳଚଞ୍ଚଳ ହେବେ।
କୁମ୍ଭ: ଆପଣଙ୍କ ପରାମର୍ଶ ଉପାଦେୟ ହେବ। ଭାଗ୍ୟବାନ ହୋଇପାରନ୍ତି। ନିତ୍ୟାନନ୍ଦ ଭୋଗ କରିବେ। ଆର୍ଥିକ ଲାଭର ସୂଚନା ମିଳୁଛି। ପ୍ରୀତି ଲାଭ କରିପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ର ଆନନ୍ଦ ଦାୟକ ହେବ। ବନ୍ଧୁ ସହଯୋଗ ମିଳିବ।
ମୀନ: ଶୁଭକର୍ମରେ ନିୟୋଜିତ ହେବେ। ଉପୁଜି ଥିବା ସଙ୍କଟ ଦୂର ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପ୍ରୀତି ଭୋଜନ ମିଳିପାରେ। ପଡ଼ୋଶୀଙ୍କ ଅଯଥା ଉପଦେଶ ଶୁଣି ବିରକ୍ତି ପ୍ରକାଶ କରି ପାରନ୍ତି। କଳହଠାରୁ ଦୂରେଇ ରହିବେ।