www.samajalive.in
Monday, December 8, 2025
24.1 C
Bhubaneswar

କରୋନା ପାଇଁ ଫିକା ପଡିଲା ବାଲିପୋଖରୀ ଭାଗବତ ମେଳଣ

ସୁଆଣ୍ଡୋ :  ଶହ ଶହ ବର୍ଷ ଧରି ହୋଇ ଆସୁଥିବା ବାଲି ପୋଖରୀ ଭାଗବତ ମେଳଣ ଶନିବାର ଦିନ କରୋନା ସଂକ୍ରମଣ ଭୟରେ ଫିକା ପଡିଲା । ଚୈତ୍ର କୃଷ୍ଣ ଚତୁର୍ଥୀ ତିଥିରେ ପ୍ରତି ବର୍ଷ ଏହି ମେଳଣ ବାଲି ପୋଖରୀ ସ୍ଥିତ ପଡିଆରେ ଅନୁଷ୍ଠିତ ହୋଇଥାଏ । ନୂଆ ପାଟଣା ଗ୍ରାମର ଥାନାପତି ଭାଗବତ ଠାକୁର ମେଳଣ କୁ ସଜ୍ଜିତ ବିମାନରେ ବିଜେ କରି ଛତି ମଶାଲ ଘଣ୍ଟଟିଏ ବାଜି ମେଳଣ ପଡିଆରେ ଖୁଣ୍ଟି ଲାଗି ହୋଇଥିଲେ । କୋଠସାହି ଗ୍ରାମ ତରଫରୁ ମେଳଣରେ ପ୍ରସିଦ୍ଧ ତଗା ପୋତା ନଯାଇ ବିଧିରକ୍ଷା ପାଇଁ ବାଉଁଶ ଟିଏ ପୋତା ଯାଇଥିଲା । ପାଖ ପଡୋଶୀ ଖଡି କୁଦା ଝଜା ପଡା ଆନନ୍ଦ ପୁର ବଳପୁର ନୂଆପଡା ବିଦ୍ୟାଧରପୁର ସାରଙ୍ଗଯୋଡି ଛଣଘର ଆଦି ତିରିଶଟି ଗ୍ରାମରୁ ଠାକୁରଙ୍କ ଆଜ୍ଞାମାଳ ଘଣ୍ଟରେ ଆସିଥିଲେ । ମେଳଣରେ ପୂଜକ ଫଗୁ ଫୁଲ ତୁଳସୀ ଭୋଗ ଆଟିକା ଦିହୁଡି ପାଇଁ ପୁଲାଙ୍ଗ ତେଲ ଆଦି ଦେଇ ଠାକୁର ବାଟ ବରଣୀ କରିଥିଲେ । ଆଜ୍ଞାମାଳ ଖୁଣ୍ଟି ଛୁଇଁବା ପରେ ଗ୍ରାମକୁ ବାହୁଡି ଯାଇଥିଲେ । ସାତସାହି ମେଳଣ କମିଟି ଆନୁକୂଲ୍ୟରେ ଦୁଇଦିନ ଧରି ଏହି ମେଳଣ କରା ଯାଇଥାଏ । କରୋନା ସଂକ୍ରମଣ ପାଇଁ ଜାରି କରାଯାଇ ଥିବା ଲକ୍ ଡାଉନ ଯୋଗୁଁ ଏବର୍ଷ ମେଳଣ ରେ କେବଳ ପାରମ୍ପରିକ ଦେବନୀତି କରାଯାଇ ଶେଷ ହୋଇଛି । ଦୁଇ ଜଣ ପୂଜକଙ୍କ ବ୍ୟତୀତ ମେଳଣ ଜନଶୂନ୍ୟ ରହିଥିବା ଦେଖାଯାଇ ଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories