www.samajalive.in
Sunday, December 7, 2025
26.1 C
Bhubaneswar

ଖେଳରୁ କାଳ : ବ୍ୟାଟ୍‌ ମାଡ଼ରେ ସାଙ୍ଗ ମୃତ

ହିଞ୍ଜିଳିକାଟୁ : କ୍ରିକେଟ ଖେଳ ବେଳେ ସାମାନ୍ୟ ବଚସାରୁ ସାଙ୍ଗର ବ୍ୟାଟ୍‌ ମାଡ଼ରେ ଅନ୍ୟ ଜଣେ ସାଙ୍ଗର ଶୋଚନୀୟ ମୃତ୍ୟୁ ଘଟିଛି । ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗ୍ରାମରେ ଶନିବାର ସକାଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ନାବାଳକ ହେଲେ ଖରିଡାର କେଶବ ସେଠୀଙ୍କ ଏକମାତ୍ର ପୁତ୍ର ବିଭୁ ସେଠୀ (୧୩)। ସେ ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର ଥିଲେ। ନାବାଳକର ଜେଜେବାପା ବିଜୟ ସେଠୀଙ୍କ ଏତଲା କ୍ରମେ ହିଞ୍ଜିଳି ଥାନାରେ ୧୧୩/୨୦ ରେ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି । ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ଅଭିମନ୍ୟୁ ଦାସ ଘଟଣାର ତଦନ୍ତ ଚଳାଇଛନ୍ତି।
ଶନିବାର ସକାଳ ପ୍ରାୟ ସାଢେ ୯ଟା ସମୟରେ ବିଭୁ ପୋଖରୀକୁ ଗାଧୋଇବା ପାଇଁ କହି ଘରୁ ବାହାରିଥିଲା; କିନ୍ତୁ ପୋଖରୀକୁ ଯିବା ବଦଳେ ସାଙ୍ଗମାନଙ୍କ ସହ ଗ୍ରାମ ଉପକଣ୍ଠ ଆମ୍ବତୋଟାରେ କ୍ରିକେଟ ଖେଳିବାକୁ ଯାଇଥିଲା। ଖେଳ ସମୟରେ କୌଣସି କଥାକୁ କେନ୍ଦ୍ର କରି ଦୁଇ ସାଙ୍ଗ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ଉଗ୍ର ରୂପ ନେବାରୁ ଦୁହିଁଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସାଙ୍ଗ ଜଣକ ଖେଳୁଥିବା ବ୍ୟାଟରେ ବିଭୁଙ୍କୁ ବାମପଟ କାନ ତଳକୁ ଆଘାତ କରିଥିଲା। ବ୍ୟାଟ୍‌ ମାଡ଼ରେ ବିଭୁ ଚେତାଶୂନ୍ୟ ହୋଇ ଘଟଣାସ୍ଥଳରେ ପଡ଼ି ଯାଇଥିଲା । ପରିବାର ସଦସ୍ୟ ଖବର ପାଇ ଘଟଣାସ୍ଥଳକୁ ଆସି ଚେତାଶୂନ୍ୟ ଅବସ୍ଥାରେ ପିଲାଟିକୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ବିଭୁକୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ ଓ ଆସିକା ଏସ.ଡ଼ି.ପିଓ ସୂର୍ଯ୍ୟମଣି ପ୍ରଧାନ ଖରିଡ଼ା ଗ୍ରାମରେ ପହଞ୍ଚି ଆମ୍ବତୋଟାକୁ ଯାଇ ଘଟଣାର ତଦନ୍ତ କରିଥିଲେ। ଆକ୍ରମଣରେ ବ୍ୟବହୃତ କ୍ରିକେଟ ବ୍ୟାଟକୁ ମଧ୍ୟ ଜବତ କରିଥିଲେ। ଖବର ପାଇ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଅମ୍ବିକାପ୍ରସାଦ ଦାସ ବ୍ରହ୍ମପୁରରରେ ପହଞ୍ଚି ନାବାଳକର ପରିବାରକୁ ସମବେଦନା ଜଣାଇଥିଲେ। ଗୁରୁ- ଛାତ୍ର କଲ୍ୟାଣ ପାଣ୍ଠିରୁ ମୃତ ନାବାଳକର ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ କହିଛନ୍ତି। ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁର, ବିଡିଓ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିିଥିଲେ । ରେଡ୍‌କ୍ରସ ପାଣ୍ଠିରୁ ବିଭୁଙ୍କ ପରିବାରକୁ ୧୦ ହଜା ରଟଙ୍କା ହିଞ୍ଜଳି ତହସିଲଦାର ପ୍ରଦାନ କରିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories