www.samajalive.in
Sunday, December 14, 2025
23.1 C
Bhubaneswar

ନାଲକୋ ସହାୟତାରେ ନବରଙ୍ଗପୁର ଠାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ମେଡିକାଲ

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ଜନିତ ମହାବିପତ୍ତିର ମୁକାବିଲା ପାଇଁ ଦେଶ ଏବଂ ରାଜ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଏବଂ କର୍ତ୍ତବ୍ୟ ପରାୟଣତା ପ୍ରଦର୍ଶନ ସ୍ୱରୂପ ରାଷ୍ଟ୍ରାୟତ ନବରତ୍ନ କମ୍ପାନୀ ନାଲକୋ ତରଫରୁ ନବରଙ୍ଗପୁର ଠାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ମେଡିକାଲ କାର୍ଯ୍ୟକ୍ଷମ ପାଇଁ ଶନିବାର ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଜିଲା ପ୍ରଶାସନ, ଖ୍ରୀଷ୍ଟିୟାନ୍ ହସ୍ପିଟାଲ୍ ଓ  ନାଲକୋ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ମେଡିକାଲରେ କରୋନା ସଂକ୍ରମଣ ଜନିତ ଚିକିତ୍ସା ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ନବରଙ୍ଗପୁରର ହିର୍ଲି ଠାରେ ଅବସ୍ଥିତ ବି.ଇଡି. କଲେଜ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ୍ କେୟାର୍ କେନ୍ଦ୍ରର ସଂଚାଳନ ପାଇଁ ବ୍ୟବସ୍ଥା କରା ଯାଇଛି ବୋଲି ମଧ୍ୟ ଏହି ଚୁକ୍ତିରେ ଉଲ୍ଲେଖ ଅଛି । ଏହି ସ୍ୱତନ୍ତ୍ର କୋଭିଡ-୧୯ ମେଡିକାଲ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାର ଲୋକମାନେ ଉପକୃତ ହେବା ସହିତ ଆଖପାଖ ଜିଲା ଯଥା ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଜିଲାର ଅଧିବାସୀ ମାନେ ମଧ୍ୟ ଉପକୃତ ହୋଇ ପାରିବେ ।

ଏହି କାର୍ଯ୍ୟ ପାଇଁ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର କୃତଜ୍ଞତା ପ୍ରକାଶ କରିବା ସହିତ କହିଛନ୍ତି ଯେ,ନାଲକୋ ଅତୀତରେ ମଧ୍ୟ ବିଭିନ୍ନ ବିପତ୍ତି ସମୟରେ ଓଡ଼ିଶାର ଲୋକ ମାନଙ୍କ ପାଖରେ ଠିଆ ହୋଇଛି । ତେଣୁ ଏହି ମହା ବିପତ୍ତି ସମୟରେ ମଧ୍ୟ ନାଲକୋ ପୂର୍ଣ୍ଣପ୍ରାଣରେ ନିଜର ସାହାଯ୍ୟର ହାତ ବଢେଇବ ବୋଲି ଶ୍ରୀ ପାତ୍ର କହିଛନ୍ତି ।

- Advertisement -

ସୂଚନା ଅନୁଯାୟୀ,  ନିକଟରେ ନାଲକୋ କର୍ମଚାରୀ ମାନେ କରୋନା ଜନିତ ବିପତ୍ତିର ମୁକାବିଲା ପାଇଁ ସେମାନଙ୍କର ୨ ଦିନର ଦରମା ବାବଦକୁ ମୋଟ ୫.୨ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ ଫଣ୍ଡ୍ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories