www.samajalive.in
Saturday, December 13, 2025
15.1 C
Bhubaneswar

କରୋନା ଅପଡେଟ୍ : ୨୪ ଘଣ୍ଟାରେ ୪୦ ମୃତ, ୧୦୩୫ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୪୦ ଜଣ ସଂକ୍ରମିତ ଲୋକଙ୍କ ମୃତ୍ୟୁ ଘଟିବା ସହ ୧୦୩୫ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ପରୀକ୍ଷାରୁ ଜଣାପଡ଼ିଛି । ଏଥିସହିତ କରୋନା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୪୪୭ରେ ପହଂଚିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରଣ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କହାଯାଇଛିଛି, ଏପର୍ଯ୍ୟନ୍ତ ୬୪୩ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାରେ ସେମାନଙ୍କୁ ହସ୍ପିଟାଲ୍ରୁ ଛାଡ଼ିଦିଆଯାଇଛି । ଗତ ୨୪ ଘଣ୍ଟା ଭିତରେ ୪୦ ଜଣ ଲୋକଙ୍କର ମୃତ୍ୟୁ ଘଟିବା ପରେ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ଦେଶରେ ୨୩୯ରେ ପହଂଚିଛି ।
ଅନ୍ୟପକ୍ଷରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛନ୍ତି, ଏପର୍ଯ୍ୟନ୍ତ ୧ ଲକ୍ଷ ୬୧ ହଜାର ୩୩୦ଟି ନମୁନାର ପରୀକ୍ଷା କରାଯାଇଛି । ତାହା ମଧ୍ୟରୁ ଶୁକ୍ରବାର ୧୫ ହଜାର ୬୩୩ଟି ନମୁନାର ପରୀକ୍ଷା କରାଯାଇଛି ।
ଆଇସିଏମ୍ଆର୍ ଏହାର ପରୀକ୍ଷାଗାରଗୁଡ଼ିକରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ୧୪୬ଟି ପରୀକ୍ଷାଗାର ଓ ୩ଟି ନମୁନା ସଂଗ୍ରହ କେନ୍ଦ୍ରକୁ ଅନୁମୋଦନ କରିଛି । ଏହାବ୍ୟତୀତ ୬୭ଟି ବେସରକାରୀ ପରୀକ୍ଷାଗାରକୁ କୋଭିଡ଼୍-୧୯ ଭୂତାଣୁ ପରୀକ୍ଷାପାଇଁ ଅନୁମତି ପ୍ରଦାନ କରାଯାଇଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories