www.samajalive.in
Saturday, December 13, 2025
14.1 C
Bhubaneswar

ଏପରି ସଙ୍କଟ କେବେ ଆସିନଥିଲା : ଆଇଏମଏଫ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶଗୁଡ଼ିକ ପକ୍ଷରୁ ଜାରି କରାଯାଇଥିବା ତାଲାବନ୍ଦ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିଛି ବୋଲି ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ (ଆଇଏମଏଫ) କହିଛି। ବର୍ଷ ୨୦୨୦ ବିଶ୍ୱ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି କରିଛି। ୧୯୩୦ ମସିହାରେ ବିଶ୍ୱରେ ଯେପରି ଅର୍ଥନୈତିକ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା ତାଠରୁ ଅଧିକ ଆର୍ଥିକ ମନ୍ଦି ୨୦୨୦ରେ ଦେଖିବାକୁ ମିଳିବ। ଚଳିତ ବର୍ଷ ବିଶ୍ୱର ୧୭୦ଟି ଦେଶର ବ୍ୟକ୍ତିଙ୍କ ଆୟ ହ୍ରାସ ପାଇବ ବୋଲି ଆଇଏମଏଫ ନିର୍ଦେଶକ କ୍ରିଷ୍ଟିଲିନା ଜର୍ଜିୱା କହିଛନ୍ତି। ଏପରି ସଙ୍କଟ ବିଶ୍ୱରେ କେବେ ଦେଖା ଦେଇ ନଥିବା ସେ କହିଛନ୍ତି। କରୋନା ସଂକ୍ରମଣ ଜନସାଧାରଣଙ୍କ ଆର୍ଥିକ ଓଓ ସାମାଜିକସ୍ଥିତିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ବିଶ୍ୱରେ ବିଭିନ୍ନ ରାଷ୍ଟ୍ର ତାଲାବନ୍ଦ ଘୋଷଣା କରିଥିବାରୁ ଏହାର କୁପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ବୋଲି ସେ କହିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories