ବେଙ୍ଗାଲୁରୁ: ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍ଡ଼ାଉନ୍ ଘୋଷଣା କରିଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ପରେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି । ଏହା ସହିତ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରେଳ, ବିମାନ ଆଦି ଚଳାଚଳକୁ ବନ୍ଦ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି । ଅନୁରୂପ ଭାବରେ କର୍ଣ୍ଣାଟକ ସରକାର ମଧ୍ୟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡ଼ାଉନ୍ କରିବାକୁ ଆପାତତଃ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ନିର୍ଦିଷ୍ଟ ଘୋଷଣା ହୋଇନାହିଁ । ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଲକ୍ଡ଼ାଉନକୁ ଆସନ୍ତା ୧୪ ତାରିଖ ପରେ ଉଠାଇବାକୁ ମିଳିଥିବା ମତାମତକୁ ଗ୍ରହଣ କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ କ୍ୟାବିନେଟ ବୈଠକରେ କରୋନା ମହାମାରୀ ଉପରେ ଆଲୋଚନା ହୋଇଥିଲା। ଏପ୍ରିଲ ୩୦ ଯାଏ ରାଜ୍ୟର ସବୁ ଜିଲ୍ଲାରେ ପୂର୍ଣ୍ଣ ଲକଡାଉନ କରିବା ସପକ୍ଷରେ ମନ୍ତ୍ରୀମାନେ ମଦ ଦେଇଛନ୍ତି । ମାତ୍ର ଏ ସମ୍ପର୍କରେ ଆମେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ବୋଲି ଶ୍ରୀ ୟେଦୁରପ୍ପା କହିଛନ୍ତି ।
Popular Categories



