www.samajalive.in
Sunday, December 7, 2025
23.1 C
Bhubaneswar

ନେତାଙ୍କ ପରିବାରର ସବୁ ସଦସ୍ୟ କରୋନା ଆକ୍ରାନ୍ତ; ଗାଁକୁ ସିଲ୍ କଲା ପୁଲିସ 

ନୂଆଦିଲ୍ଲୀ: ନିଜାମୁଦ୍ଦିନ ଯାଇଥିବା ଜଣେ ପୂର୍ବତନ କାଉନସିଲର ଓ ତାଙ୍କ ପରବାରର ସମସ୍ତ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ କାଉନସିଲର ନିଜାମୁଦ୍ଦିନ ଯାଇଥିବା ତଥ୍ୟ ଗୋପନ ରଖିଥିବାରୁ ତାଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଛି । ଆକ୍ରାନ୍ତ ପରିବାରକୁ ପ୍ରଶାସନ ଚିକିତ୍ସା ପାଇଁ ଆମ୍ବେଦକର ଡ଼ାକ୍ତରଖାନାରେ ଭର୍ତି କରିଛି ଏବଂ ତାଙ୍କ ଗାଁ ଦୀନାପୁରକୁ ସମ୍ପୂର୍ଣ୍ଣ ସିଲ କରି ଦିଆଯାଇଛି । ଗାଁରୁ କେହି ବାହାରକୁ ଯାଇ ପାରିବେ ନାହିଁ କିମ୍ବା ବାହାର ଲୋକ ଗାଁକୁ ଆସି ପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ଗତ ମାସରେ ନିଜାମୁଦ୍ଦିନକୁ ଯାଇଥିବା ଲୋକମାନଙ୍କୁ ସ୍ବେଚ୍ଛାରେ କରୋନା ଟେଷ୍ଟ ପାଇଁ ଆଗେଇ ଆସିବାକୁ କୁହାଯାଇଥିଲା। ମାତ୍ର ଏହି ପୂର୍ବତନ କାଉନସିଲର ମରକଜ ଯାଇଥିବା ଗୋପନ ରଖିଥିଲେ । ଶେଷରେ ସେ ଥଣ୍ଡା ଓ ଜ୍ୱରରେ ପଡ଼ିବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ସେ କରୋନାରେ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories