www.samajalive.in
Monday, December 8, 2025
24.1 C
Bhubaneswar

କରୋନାମୁକ୍ତ ହୋଇଥିବା ବ୍ୟବସାୟୀଙ୍କ ଅନୁଭୂତି

ନୂଆଦିଲ୍ଲୀ : ଦିଲ୍ଲୀର ନୋଏଡାନିବାସୀ ଯୁବ ବ୍ୟବସାୟୀ ସୌରଭ ଗୁପ୍ତା। ମାର୍ଚ୍ଚ ପ୍ରଥମ ସପ୍ତାହରେ ସେ ବିଦେଶ ଯାତ୍ରା ଶେଷ କରି ଫେରିଥିଲେ। ପତ୍ନୀ ଓ ସେ ସୁଇଜରଲ୍ୟାଣ୍ଡ, ଇଟାଲୀ, ବ୍ରିଟେନ୍ ଆଦି ସ୍ଥାନ ଭ୍ରମଣ କରି ଆସିଥିଲେ। ସେସମୟରେ ଭାରତରେ ମଧ୍ୟ କରୋନା ଭାଇରସ୍‌ର ଆତଙ୍କ ଦେଖାଗଲାଣି। ନିଜ ଘରୋଇ ଡାକ୍ତରଙ୍କ ପରାମର୍ଶ ନେଇ ସୌରଭ ଘରେ ହିଁ କ୍ବାରେଣ୍ଟାଇନ୍‌‌ରେ ରହିବା ଆରମ୍ଭ କଲେ। କରୋନା ସଂକ୍ରମଣର କୌଣସି ଲକ୍ଷଣ ତାଙ୍କଠାରେ ଦେଖାଯାଉନଥିବା ସତ୍ତ୍ବେ ୩ଦିନ ପରେ ସେ ଚିକିତ୍ସାଳୟ ଯାଇ ପରୀକ୍ଷା କରିଥିଲେ। ସେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ତୁରନ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର ହେଲେ। ତାଙ୍କ ପତ୍ନୀଙ୍କ ଠାରେ କରୋନା ନେଗେଟିଭ୍ ରିପୋର୍ଟ ଆସିଥିଲା। ଚିକିତ୍ସାଳୟରେ କ୍ବାରେଣ୍ଟାଇନ୍‌‌‌ରେ ରହିବା ସମୟରେ ଜୀବନର ପ୍ରକୃତ ମୂଲ୍ୟ ସେ ବୁଝିପାରିଥିବାର କହିଛନ୍ତି। ଏଇ ସମୟ ଖୁବ୍ ଯନ୍ତ୍ରଣାଦାୟକ ଥିଲା, କିନ୍ତୁ ଦୃଢ଼ ମନୋବଳ କାରଣରୁ ସେ କରୋନାକୁ ହରାଇପାରିଥିଲେ। ସୌରଭ ନିୟମିତ ଯୋଗ, ପ୍ରାଣାୟମ ସହ ନିଜକୁ ଫିଟ୍ ରଖିବା ପାଇଁ ବିଭିନ୍ନ ପ୍ରକାର ଫଳରସ, ପରିବା ରସ ପିଅନ୍ତି। ଏଣୁ ତାଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ଖୁବ୍ ଭଲ ଥିବାର ଧାରଣା ସୌରଭଙ୍କର ଥିଲା। କରୋନା ଆକ୍ରାନ୍ତ ହେବା ପରେ ସେ ଚିନ୍ତିତ ହୋଇଯାଇଥିଲେ। ଡାକ୍ତରୀଦଳକୁ ସେ ଧନ୍ୟବାଦ ଜଣାଇଛନ୍ତି, ମନୋବଳ ବଢ଼ାଇବାରେ ଏମାନଙ୍କ ଭୂମିକାକୁ ସେ ଖୁବ୍ ପ୍ରଶଂସା କରିଛନ୍ତି। ଘରକୁ ଫେରିବା ପରେ ମା ଓ ତାଙ୍କ ପତ୍ନୀ ଖୁବ୍ କାନ୍ଦିଥିଲେ। ସମସ୍ତଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା କାରଣରୁ ସେ ସୁସ୍ଥ ହୋଇପାରିଥିବାର ସୌରଭ ପ୍ରକାଶ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories