www.samajalive.in
Saturday, December 13, 2025
26.1 C
Bhubaneswar

ସଟ୍ ଡାଉନ୍ ଥିବା ବ୍ରହ୍ମବରଦାରେ ଲୋକଙ୍କୁ ସୁବିଧା ଦେବା ପାଇଁ ନିୟୋଜିତ ହେଲେ ବରିଷ୍ଠ ଅଧିକାରୀ

ଯାଜପୁର :ଯାଜପୁର ଜିଲାରେ ଲକ ଡାଉନ ଜାରି ରହିଥିବା ବେଳେ କୋରୋନା ସଂକ୍ରମିତ ଅଞ୍ଚଳ ବ୍ରହ୍ମବରଦାରେ ସଟ୍ ଡାଉନ୍ ଜାରି ରହିଛି । ସେହି ଅଞ୍ଚଳରେ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେଠାରେ ସଟ୍ ଡାଉନ୍ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଜିଲାର ପ୍ରମୁଖ ଅଞ୍ଚଳ ଯାଜପୁର ଓ ବ୍ୟାସନଗର ସହରବାସୀଙ୍କୁ ଘରେ ହୋମ୍ ଡେଲିଭରିରେ ଔଷଧ ମିଳିବ । ଏଥିପାଇଁ ବିଭିନ୍ନ ଦୋକାନମାନଙ୍କର ହ୍ୱାଟ୍ସଆପ ନମ୍ବର ଦିଆଯିବ। ସେହି ନମ୍ବରରେ ମେଡିସିନ ଅର୍ଡର କରିବା ପରେ ସଂପୃକ୍ତ ଦୋକାନୀ ଲୋକଙ୍କୁ ଘରେ ମେଡିସିନ ନେଇ ଦେବେ । ଏଥିସହିତ ଜିଲାରେ ବିଭିନ୍ନ ବ୍ୟବସାୟୀ ଓ ଚାଷୀ ମାନଙ୍କୁ ନିଜର ବ୍ୟବସାୟ କରିବା ପାଇଁ ପ୍ରଶାସନ ପକ୍ଷରୁ ପାସର ବ୍ୟବସ୍ଥା କରାଯିବ । କ୍ଷୀର ସଂଗ୍ରହ ପାଇଁ ଆସୁଥିବା ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ମଧ୍ୟ ପାସ ମିିଳିବ ବୋଲି ଆଜି ଜିଲାପାଳ ରଂଜନ ଦାସ ସୂଚନା ଦେଇଛନ୍ତି । ଜିଲାର ବିଭିନ୍ନ ସ୍ଥାନରେ ଥିବା ଓମପେଂଡ ଷ୍ଟଲ ଗୁଡିକ ମଧ୍ୟ ଖୋଲାଯିବାକୁ ଅନୁମତି ଦିଆଯାଇଥିବା ଜିଲାପାଳ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories