www.samajalive.in
Saturday, December 13, 2025
26.1 C
Bhubaneswar

ସ୍ୱାଦିଷ୍ଟ ମ୍ୟାଗି ମସାଲା ବ୍ରେଡ୍

ମ୍ୟାଗି ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ। ଆଜି ଆମେ ଆପଣଙ୍କୁ ମ୍ୟାଗି ମସାଲା ବ୍ରେଡ୍ ବା ପାଉଁରୁଟି ପ୍ରସ୍ତୁତ କରିବାର ଏକ ନିଆରା ରେସିପି ବତାଇବୁ। ଯାହା ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିବ।

ଆବଶ୍ୟକୀୟ ସାମଗ୍ରୀ ; ୪ଟି ପାଉଁରୁଟି କଟା, ଗୋଟିଏ ମ୍ୟାଗି, ଗୋଟିଏ ପିଆଜ (କଟା), ଗୋଟିଏ କ୍ୟାପସିକମ୍ (କଟା), ଗୋଟିଏ ଟମାଟୋ, ଏକ ଚାମଚ ଚାଟ୍ ମସାଲା, ଲୁଣ ସ୍ୱାଦ ଅନୁଯାୟୀ ଓ ପାଣି।

- Advertisement -

ପ୍ରସ୍ତୁତି ପ୍ରଣାଳୀ : ସର୍ବପ୍ରଥମେ ଏକ ପ୍ୟାନରେ ତେଲ ଗରମ ପାଇଁ ରଖନ୍ତୁ। ତେଲ ଗରମ ହୋଇଗଲେ ପିଆଜ, କ୍ୟାପସିକମ୍ ପକାଇ ଏହାକୁ ହାଲୁକା ଭାଜନ୍ତୁ। ଏହା ପରେ ଟମାଟୋ ପକାଇ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ପାଣି, ଲୁଣ ଏବଂ ମ୍ୟାଗି ମସାଲା ମିଶାଇ ଏକ ମିନିଟ୍ ପାଇଁ ଫୁଟାନ୍ତୁ। ପାଣି ଫୁଟି ଆସିଲେ ସେଥିରେ ମ୍ୟାଗି ପକାନ୍ତୁ। ମ୍ୟାଗିରୁ ପାଣି ମରି ଆସିଲ, ସେତେବେଳେ ପାଉଁରୁଟି କଟା ପକାଇ ୨ ମିନିଟ୍ ପାଇଁ ଘୋଡାଇ ଦେବେ। ୨ ମିନିଟ୍ ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ ବାହାର କରନ୍ତୁ। ପ୍ରସ୍ତୁତ ହୋଇଗଲା ମ୍ୟାଗି ମସାଲା ପାଉଁରୁଟି ବା ମ୍ୟାଗି ମସାଲା ବ୍ରେଡ୍ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories