www.samajalive.in
Saturday, December 13, 2025
26.1 C
Bhubaneswar

ଲକଡାଉନ୍ ପାଇଁ ବରେଲିରେ ଫସି ରହିଥିବା ଲକ୍ଷ୍ନୌ ଯୁବକଙ୍କ ଆତ୍ମହତ୍ୟା, ଗେଷ୍ଟ ହାଉସରେ ଲଗାଇଲେ ଫାଶୀ

ବରେଲି: ଲକଡାଉନ୍ ପାଇଁ ବରେଲି ଫସି ରହିଥିବା ଜଣେ ଲକ୍ଷ୍ନୌ ଯୁବକଙ୍କ ଆତ୍ମହତ୍ୟା କରିଛନ୍ତି। ସେ ରହିଥିବା ଗେଷ୍ଟ ହାଉସରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, କୌଣସି କାମରେ ଯୁବକ ଜଣକ ବରେଲି ଆସିଥିଲେ। ମାର୍ଚ୍ଚ ୧୮ ତାରିଖରେ ସୁଭାଷ ନଗର ଅଞ୍ଚଳର ଜଙ୍କସନ ପୋଷ୍ଟ ନିକଟରେ ଅବସ୍ଥିତ ଏକ କ୍ଲାସିକ୍ ଗେଷ୍ଟ ହାଉସରେ ରହିଥିଲେ। କିନ୍ତୁ ସମଗ୍ର ଦେଶରେ ଲକଡାଉନ୍ ହେତୁ ସେ ସେଠାରେ ଅଟକି ଯାଇଥିଲେ। ଲକ୍ଷ୍ନୌ ଫେରିବା ପାଇଁ ସେ ପୁଲିସ ଏବଂ ଅନ୍ୟ ଅଧିକାରୀଙ୍କୁ ଅନୁମତି ମାଗିଥିଲେ। କିନ୍ତୁ ସଂକ୍ରମଣ ଆଶଙ୍କାରେ ତାଙ୍କୁ ଅନୁମତି ମିଳିନଥିଲ।

- Advertisement -

ତିନି ସପ୍ତାହ ଧରି ବରେଲିରେ ଫସି ରହିଥିବା ଯୁବକ ଜଣକ ମଙ୍ଗଳବାର ଗେଷ୍ଟ ହାଉସରରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ଯୁବକ ଜଣକ ବେଡସିଟ୍ ସାହାଯ୍ୟରେ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ବୁଧବାର ସକାଳେ ଗେଷ୍ଟ ହାଉସର ଜଣେ କର୍ମଚାରୀ ଖାଦ୍ୟ ଅର୍ଡର ନେବାକୁ ତାଙ୍କ ରୁମକୁ ଯାଇଥିଲେ। ସେତେବେଳେ ଯୁବକ ଜଣକ ଆତ୍ମହତ୍ୟା ବିଷୟରେ ଜଣାପଡିଥିଲା। ପୁଲିସ କବାଟ ଭାଙ୍ଗି ମୃତଦେହକୁ ଜବତ କରିଥିଲା।

ଯୁବକଙ୍କ ଆଧାର କାର୍ଡ, ଦିଲ୍ଲୀ ମେଟ୍ରୋ କାର୍ଡ ଏବଂ ଅନ୍ୟାନ୍ୟ ପରିଚୟ ମିଳିଛି। ଯୁବକଙ୍କ ପରିବାରକୁ ସୂଚନା ଦିଆଯାଇଛି। କିନ୍ତୁ ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ପୁଲିସକୁ ସୁଇସାଇଡ୍ ନୋଟ୍ ମିଳି ନ ଥିବା ବେଳେ ଯୁବକଙ୍କ ମୋବାଇଲ୍ ଫୋନ୍ ମିଳିଛି। କିନ୍ତୁ ଫୋନଟି ଫର୍ମାଟ୍ ହୋଇଥିବା ଜଣାପଡିଛି। ଆତ୍ମହତ୍ୟା ପୂର୍ବରୁ ଯୁବକ ମୋବାଇଲର ତଥ୍ୟ ଡିଲିଟ କରିଥିବା ପୁଲିସ ଅନୁମାନ କରୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories