www.samajalive.in
Sunday, December 14, 2025
26.1 C
Bhubaneswar

ରାମାୟଣର ସୁଗ୍ରୀବଙ୍କ ପରଲୋକ; ସୋସିଆଲ ମିଡିଆରେ ଶୋକବ୍ୟକ୍ତ କଲେ ରାମ-ଲକ୍ଷ୍ମଣ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମେଗା ଟେଲିଭିଜନ ଧାରାବାହିକ ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଶ୍ୟାମ ସୁନ୍ଦରଙ୍କର ପରଲୋକ ଘଟିଛି। ଶ୍ୟାମସୁନ୍ଦରଙ୍କ ନିଧନ ଖବର ପ୍ରଚାରିତ ହେବା ପରେ ଧାରାବାହିକ ତଥା ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି।

ରାମାୟଣରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ ଟ୍ବିଟ କରି ତାଙ୍କ ଅମରଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଅରୁଣ ଟ୍ବିଟ୍‌ରେ ଲେଖିଛନ୍ତି, ଶ୍ୟାମ ସୁନ୍ଦରଙ୍କ ପରଲୋକ ଖବର ଶୁଣି ବହୁତ ଦୁଃଖ ଅନୁଭବ କରୁଛି। ସେ ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣରେ ସୁଗ୍ରୀମ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲ। ସେ ଅତି ଚମତ୍କାର ବ୍ୟକ୍ତି ଥିଲେ। ତାଙ୍କ ଆତ୍ମାକୁ ଈଶ୍ବର ଶାନ୍ତି ଦିଅନ୍ତୁ।

- Advertisement -

ସେହିପରି ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ବି ଟ୍ବିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଆମ ସହକଳାକାର, ଯିଏ ରାମାୟଣରେ ବାଳୀ ଏବଂ ସୁଗ୍ରୀବ ଭୂମିକା ନିଭାଇଥିଲେ, ତାଙ୍କର ଅଚାନକ ନିଧନ ହେବା ଖବର ଶୁଣି ମୁଁ ମର୍ମାହତ। ଈଶ୍ବର ତାଙ୍କ ପରିବାରକୁ ଏହି ଦୁଃଖ ସମୟରେ ଶକ୍ତି ପ୍ରଦାନ କରନ୍ତୁ ଓ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ସୂଚନାଯୋଗ୍ୟ, ସୁନୀଲଙ୍କ ତଥ୍ୟ ଅନୁସାରେ ଶ୍ୟାମସୁନ୍ଦର ପିଞ୍ଜୌରର ଲାଲକା ହାଉସିଂବୋର୍ଡ କଲୋନୀରେ ରହୁଥିଲେ। ଅନେକ ଦିନ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories