www.samajalive.in
Sunday, December 7, 2025
23.1 C
Bhubaneswar

ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରେ ମଣିଷ ଜୀବନକୁ ଅଧିକ ଗୁରୁତ୍ଵ ଦେଇଛୁ: ନବୀନ

ଭୁବନେଶ୍ବର: କରୋନା ଭୂତାଣୁ ବ୍ୟାପୁଥିବାରୁ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଦେଇଛନ୍ତି। ଏପ୍ରିଲ ୧୪ ତାରିଖ ପରିବର୍ତ୍ତେ ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୁରୁବାର କ୍ୟାବିନେଟରେ ଏ ନେଇ ନିଷ୍ପତ୍ତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ତେବେ ଲକ୍‌ଡାଉନ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କିଛି ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହ କଠିନ ସମୟରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ପଡ଼ିଛି। ଆମେ ମଣିଷ ଜୀବନକୁ ଅଧିକ ଗୁରୁତ୍ଵ ନେଇ ଏହି ନିଷ୍ପତ୍ତି ନେଇଛୁ।

ନବୀନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆହୁରି କହିଛନ୍ତି ଯେ, ଆପଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଉଁଭଳି ଭାବରେ ସହ​‌ଯୋଗ ଓ ସମର୍ଥନ କରିଛନ୍ତି ସେଥିପାଇଁ ମୁଁ ଧନ୍ୟବାଦ ଜଣାଉଛି। ଏଥିପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡୁଛି। ଅନେକ ତ୍ୟାଗ କରିବାକୁ ପଡୁଛି। କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହା ହିଁ ଏକମାତ୍ର ବାଟ।

- Advertisement -

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଲକଡାଉନ ସମୟସୀମା ଏପ୍ରିଲ ୩୦ ଯାଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଲୁ। ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ରହିଯାଇଥିବା ଆମ ଶ୍ରମିକ ଭାଇଭଉଣୀମାନଙ୍କ ଯତ୍ନ ନେବା ପାଇଁ ଆମେ ସେସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ। ଓଡ଼ିଶା ସରକାର ମଧ୍ୟ ଏଠାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କର ଯତ୍ନ ନେଉଛନ୍ତି।

ଲକ୍‌ଡାଉନ ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଏନଆରଇଜିଏସ କାର୍ଯ୍ୟକ୍ରମ ଜାରି ରହିବ। କିନ୍ତୁ ଏସବୁ କାମରେ ସାମାଜିକ ଦୂରତ୍ଵକୁ କଡ଼ାକଡ଼ି ଭାବରେ ପାଳନ କରାଯିବ। ଲୋକଙ୍କ ଖାଦ୍ୟ ନିରାପତ୍ତା ଆମ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ। ତେଣୁ ଲକ୍‌ଡାଉନ ସମୟରେ ଯେପରି ମାଲ୍‌ ପରିବହନ ବାଧାପ୍ରାପ୍ତ ନ ହେବ ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ କରୋନା ଭୂତାଣୁ ପରୀକ୍ଷା ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି। ଖୁବଶୀଘ୍ର ରାଜ୍ୟରେ ୧ ଲକ୍ଷ ରାପିଡ ଟେଷ୍ଟିଂ ସୁବିଧା ବିକାଶ କରିବା ପାଇଁ ପଦକ୍ଷେପ ନିଆଯାଉଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories