www.samajalive.in
Saturday, December 13, 2025
26.1 C
Bhubaneswar

ଚୀନକୁ ଫେରିଲା କରୋନା, ଦିନକରେ ୬୩ ନୂଆ ଆକ୍ରାନ୍ତ

ବେଜିଂ: ଏପ୍ରିଲ ଶେଷ ଆଡକୁ ଚୀନକୁ ପୁଣି ଥରେ କରୋନା ଭୂତାଣୁ ଫେରିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଥିଲେ। ଏହା ପରେ ପ୍ରଥମ କରି ଚୀନରେ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ନାଗରିକ ହୋଇଥିବାବେଳେ ଅନ୍ୟ ୬୧ ଜଣ ବିଦେଶରୁ ଫେରିଥିବା ଚୀନ ନାଗରିକ ଅଛନ୍ତି। ତେବେ ବିଗତ କିଛିଦିନ ହେବ ଚୀନର କୌଣସି ନାଗରିକ କରୋନାରେ ଆକ୍ରାନ୍ତ ହେଉ ନ ଥିବା ବାରମ୍ବାର ରିପୋର୍ଟ ପ୍ରକାଶ ପାଉଥିଲା। ଚୀନର ସ୍ବାସ୍ଥ୍ୟ ଅଧିକାରୀମାନେ ଗୁରୁବାର କହିଛନ୍ତି ଯେ, ୨ମାସରୁ ଅଧିକ ସମୟ ପରେ ଗତ ବୁଧବାର ଲକଡାଉନ ହଟାଯାଇଥିଲା। କିନ୍ତୁ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ପାଇଁ ଚିନ୍ତା ବଢ଼ିଛି।

ଚୀନ ସ୍ବାସ୍ଥ୍ୟ ପ୍ରାଧିକରଣ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ଯେ, ଦେଶରେ ୨ ଜଣଙ୍କ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା ୩୩୩୫ରେ ପହଞ୍ଚିଛି। ସେହିପରି ନୂଆ ୬୩ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୮୧ ହଜାର ୮୬୫ରେ ପହଞ୍ଚିଛି। ଚୀନରେ କିଛିଦିନ ହେଲା ନୂଆ ଆକ୍ରାନ୍ତ ଚିହ୍ନଟ ହେବା ବନ୍ଦ ହୋଇଯାଇଥିଲା। ଲଗାତାର ୩ ଦିନ ହେଲା କୌଣସି ସ୍ଥାନୀୟ ଲୋକ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳି ନ ଥିଲା। କିନ୍ତୁ ପୁଣି ଥରେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶକୁ କରୋନା ଭୂତାଣୁ ଫେରିବା ଆଶଙ୍କା ସୃଷ୍ଟି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories