www.samajalive.in
Sunday, December 7, 2025
26.1 C
Bhubaneswar

ଆଜିଠୁ ରାଜଧାନୀରେ ଔଷଧର ହୋମ୍‍ ଡେଲିଭରୀ, ଘରେ ବସି କରି ପାରିବେ ଅର୍ଡର…

ଭୁବନେଶ୍ୱର:ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଔଷଧର ହୋମ ଡେଲିଭରୀ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଗୁରୁବାର ଠାରୁ ରାଜଧାନୀବାସୀ ଘରେ ବସି ଅର୍ଡର କଲେ ମିଳିବ ଔଷଧ। ଭୁବନେଶ୍ୱର ରାଜ୍ୟରେ କରୋନା ହଟସ୍ପଟ ଭାବେ ଚିହ୍ନଟ ହେବା କରୋନା ଭାଇରସ ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ୧୨୧ଟି ଔଷଧ ଦୋକାନକୁ ଚିହ୍ନଟ କରାଯାଇଛି। ଯେଉଁ ଔଷଧ ଦୋକାନମାନେ ରାଜଧାନୀବାସୀ ଅନ୍‌ଲାଇନ୍‌ରେ ବୁକିଂ କଲେ ଔଷଧ ଘରେ ପହଞ୍ଚିାଇବେ । ପ୍ରତି ଥାନା ଅଧୀନରେ ଅତିକମ୍‌ରେ ୬ଟି ଔଷଧ ଦୋକାନ ସାମିଲ୍ କରାଯାଇଛି । ଆଜି ଠାରୁ ଏହି ଔଷଧ ହୋମ ଡେଲିଭରୀ ସୁବିଧା ମିଳିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ଓଡ଼ିଶାରେ ‘କରୋନା’ରେ ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ସର୍ବାଧିକ ୩୪ ଜଣ ରହିଛନ୍ତି। ତେବେ କରୋନା ସଂକ୍ରମଣ ରୋକିବାକୁ ବିଏମ୍‌ସି ପକ୍ଷରୁ ରାଜଧାନୀରେ ୫ଟି ଅଞ୍ଚଳକୁ ସମ୍ପୁର୍ଣ୍ଣ ସିଲ୍ କରିଦିଆଯାଇଛି ଏବଂ ସାନିଟାଇଜ୍ କରାଯାଉଛି। ତେବେ ଏପରିସ୍ଥିତିରେ ଔଷଧ ପାଇଁ ଲୋକେ ବିଭିନ୍ନ ପ୍ରକାର ଅସୁବିଧାରେ ପଡୁଛନ୍ତି । ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ବିଏମ୍‌ସି ପକ୍ଷରୁ ଅନ୍‌ଲାଇନ୍‌ରେ ଔଷଧ ମଗାଇବାରେ ବ୍ୟବସ୍ଥା କରଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories