www.samajalive.in
Saturday, December 13, 2025
26.1 C
Bhubaneswar

ଜମିରେ ଉଜୁଡୁଛି ଲକ୍ଷାଧିକ ଟଙ୍କାର ଫୁଲ ଚାଷୀ ମୁଣ୍ଡରେ ଚଡ଼କ

ଉତ୍ତରଭୁବନେଶ୍ୱର : ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର ଉଧାର କରି ଚାଷୀ ଭଲ ରୋଜଗାର ଆଶାରେ ଫୁଲଚାଷ କରିଥିଲେ। କରୋନା ଲକ୍‍ ଡାଉନ୍‍ କଟକଣା ସବୁ ଉଜାଡ଼ି ଦେଇଛି। ଭୁବନେଶ୍ୱର ଉପକଣ୍ଠ ପ୍ରତାପରୁଦ୍ରପୁର ଅଞ୍ଚଳର ବାଉଁଶ ପୋଖରୀ ଗହିର ଜମିରେ କିଛି ଚାଷୀ ପ୍ରତିବର୍ଷ ଗେଣ୍ଡୁ ଫୁଲ ଚାଷ କରି ବେଶ୍‍ ଲାଭବାନ ହେଉଥିଲେ। ଚଳିତଥର ଏହି ଅଞ୍ଚଳର ରମେଶ ଭୋଇ ଧାର ଉଧାର କରି ୧୭ ଗୁଣ୍ଠ ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି। ଏବେ ଫୁଲରେ କ୍ଷେତ ହସୁଥିବା ବେଳେ କରୋନା ଚାଷୀଙ୍କ ଆଖିରେ ଲୁହ ଆଣିଦେଇଛି।
ଫୁଲ ନେବାକୁ କେହି ଆସୁନାହାନ୍ତି। ରମେଶ ଏହି ଫୁଲକୁ କେଉଁଠି ଆଣି ବିକବା ସମ୍ଭବ ହେଉନାହିଁ। ଗତ ୨୦ ଦିନରୁ ଅଧିକ ହେଲା ପ୍ରତିଦିନ ବାହାରୁଥିବା ଫୁଲ ଆନୁମାନିକ ୩ହଜାରରୁ ୫ ହଜାର ଟଙ୍କା ତାଙ୍କର ଅଯଥା ଜମିରେ ନଷ୍ଟ ହେଉଥିବା କହିଛନ୍ତି। ଫୁଲ ଗଛକୁ ସୁରକ୍ଷିତ ରଖିବା ପାଇଁ ସାର ପିଡ଼ିଆ ଓ ପାଣି ଦେବା ସହ ତା’ର ଉପଯୁକ୍ତ ଯତ୍ନ ନେଉଥିବା ବେଳେ ଫୁଲର ଅମଳ ସମୟରେ ଫୁଲକୁ କଟାଯାଇ ସେହି ଜମିରେ ଫିଙ୍ଗାଯାଉଛି। ଯାହାକି ରମେଶଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ପ୍ରତିଦିନ ୧୫ହଜାରରୁ ୩୦ହଜାର ଫୁଲ କାଟି ଜମିରେ ପିଙ୍ଗୁଛନ୍ତି। ଏହି ଫୁଲ ଚାଷରୁ ତାଙ୍କର ୨ଟି ପରିବାରର ୧୦ଜଣ ଲୋକ ଜୀବନ ଜୀବିକା ନିର୍ବାହ ହେଉଥିବା ବେଳେ ଏବେ ସେଥିରେ କରୋନା ବାଧକ ସାଜିଛି ବୋଲି ରମେଶ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories